କଂଗ୍ରେସରୁ ବହିଷ୍କୃତ ହେବା ପରେ ବିଷ ଓଗାଳିଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେବା ପରେ ବିଷ ଓଗାଳିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଓଡ଼ିଶା  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ  କରି ସେ କହିଛନ୍ତି, କଂଗ୍ରେସ ସଭାପତି ଏଭଳି ଜଣେ ବ୍ୟକ୍ତିଙ୍କୁ ଦଳର ଦାୟିତ୍ୱ ଦେଇଛନ୍ତି ଯାହାଙ୍କୁ ହାଇକୋର୍ଟ  ଅଭ୍ୟାସଗତ ଲାଞ୍ଚ ପ୍ରଦାନକାରୀ ବ୍ୟକ୍ତି  କହିଛନ୍ତି।

ଓଡ଼ିଶାରେ ପଟ୍ଟନାୟକ ଶାସନର ମୁକ୍ତି ପାଇଁ ପ୍ରଚାର କରିବି ବୋଲି ଶ୍ରୀକାନ୍ତ କହିଛନ୍ତି।

ଏଥିସହ ରାଜ୍ୟରେ ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକାର ଖୁଲାସା କରିବି ବୋଲି ମଧ୍ୟ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାନ୍ତ କହିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଛାଡି ନାହାନ୍ତି ଶ୍ରୀକାନ୍ତ। ରାହୁଲ ଆସନ୍ତା ୨୫ରେ ଓଡ଼ିଶା ଆସିବାର ରହିଛି। ସେହିଦିନ ଆଉ ଏକ ଖୁଲାସା କରିବି, ଯାହା ଫଳରେ ରାହୁଲ ଗାନ୍ଧି ଭାରତବର୍ଷରେ ମଧ୍ୟ ମୁହଁ ଦେଖାଇ ପାରିବେ ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି।

You might also like