ଭୁବନେଶ୍ୱର: ବିଜେପିରୁ ଆଜି ଦୁଇ ଦୁଇ ଜଣ ବରିଷ୍ଠ ନେତା ଦିଲୀପ ରାୟ ଓ ବିଜୟ ମହାପାତ୍ର ଇସ୍ତଫା ଦେଇଛନ୍ତି। ପ୍ରଥମେ ଦିଲୀପଙ୍କ ଇସ୍ତଫା ଖବର ଆସିଥିଲା ଓ ତା’ପରେ ଆସିଥିଲା ବିଜୟଙ୍କ ଇସ୍ତଫା ଖବର। ବିଜୟ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପିରୁ ଇସ୍ତଫା ଦେଇଥିବା କଥା ଜଣାଇଛନ୍ତି।
ବିଜୟ ତାଙ୍କ ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ପଠାଇଛନ୍ତି।
ବିଜେପିରୁ ଇସ୍ତଫା ଦେବା ପରେ ବିଜୟ କହିଛନ୍ତି,“ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ।”
୧୫ ଦିନ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
୨୦୦୯ରେ ବିଜେପିରେ ଯୋଗ ଦେବା ତରବରିଆ ନିଷ୍ପତ୍ତି ଥିଲା ବୋଲି ବିଜୟ କହିଛନ୍ତି। ଏହା ଏକ ଭୁଲ୍ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି। ଓଡ଼ିଶା ପ୍ରତି ବିଜେପିର କେବେ ବି ଆନ୍ତରିକତା ବା ନିଷ୍ଠା ନଥିଲା ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଦିଲୀପ ରାୟ ବିଜେପିରୁ ଇସ୍ତଫା ଦେବା ସହିତ ବିଧାୟକ ପଦରୁ ବି ଇସ୍ତଫା ଦେଇଛନ୍ତି।
ଆହୁରି ମଧ୍ୟ ପଢ଼ନ୍ତୁ: ଇସ୍ତଫା ଦେଲେ ଦିଲୀପ ରାୟ