ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର : ବର୍ଷୀୟାନ ସାମ୍ବାଦିକ ଦିଲୀପ ଶତପଥୀଙ୍କ ପରଲୋକ। ୫୬ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି। କର୍କଟ ରୋଗରେ ପୀଡ଼ିତ ଥିବା ଦିଲୀପ ଗତ କିଛି ମାସ ହେଲା ଅସୁସ୍ଥ ହୋଇପଡ଼ିଥିଲେ। ନିୟମିତ ଚିକିତ୍ସାଧୀନ ଥିବା ଦିଲୀପ ଗତ ସଂଧ୍ୟାରେ ଅସୁସ୍ଥ ଅନୁଭବ କରିଥିଲେ। ତେବେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

୧୯୬୩ରେ ଜନ୍ମ ଗ୍ରହଣ କରିଥିବା ଦିଲ୍ଲୀପ ଓଡ଼ିଶା ସାମ୍ବାଦିକତା ଜଗତରେ ଥିଲେ ଅନ୍ୟତମ ବ୍ୟକ୍ତିତ୍ୱ। ବିଜନେସ୍ ଷ୍ଟାଣ୍ଡାର୍ଡର ରେସିଡେନସିଆଲ ଏଡିଟର ଭାବେ କାର୍ଯ୍ୟ କରୁଥିଲେ। ଅବେଳରେ ତାଙ୍କର ମୃତ୍ୟୁକୁ ନେଇ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳି ଯାଇଛି।

You might also like