ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର OSD ହେଲେ ବରିଷ୍ଠ IAS ଭୀନିଲ କ୍ରିଷ୍ଣା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କୋଭିଡ଼ ପରିଚାଳନା ପାଇଁ OSD ଭାବେ ତାଙ୍କୁ ଦାୟିତ୍ୱ ମିଳିଛି। ଏବେ କ୍ରୀଡ଼ା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଭୀନିଲ କ୍ରିଷ୍ଣା ଅତିରିକ୍ତ ଭାବେ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି।
ଆଉ ୨ ଅଫିସରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ସିଏମ୍ଓ ଯୁଗ୍ମ ସଚିବ ଭାବେ ଲାଲା ମନୋଜ କୁମାର ରାୟଙ୍କୁ ଦାୟିତ୍ୱ ଦିଆଯାଇଛି।
ସେହିପରି କଟକ ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ରଙ୍କୁ CMO ଡେପୁଟୀ ସଚିବ ଭାବେ କାର୍ଯ୍ୟ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।