ଶ୍ରୀକାନ୍ତ ଜେନା ପିସିସିର ସବୁ କମିଟିରୁ ଇସ୍ତଫା ଦେଇଥିବା ସୂଚନା

ଭୁବନେଶ୍ୱର : ତେଜିଲା କଂଗ୍ରେସ କନ୍ଦଳ। ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ପ୍ରଦେଶ କଂଗ୍ରେସ କମିଟିର ସବୁ କମିଟିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ପିସିସିର କାର୍ଯ୍ୟକାରିଣୀ ଓ ନିର୍ବାଚନ କମିଟିର ସଦସ୍ୟ ଥିଲେ ଶ୍ରୀକାନ୍ତ।

ଏ ସମସ୍ତ କମିଟି ସଦସ୍ୟ ପଦରୁ ଶ୍ରୀକାନ୍ତ ନିଜ ଇସ୍ତଫା ପତ୍ର ପଠାଇ ଦେଇଥିବା ଜଣାପଡ଼ିଛି। ଶ୍ରୀକାନ୍ତ ଏନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଅବଗତ କରିଥିବା ସୂଚନା ମିଳିଛି।

ପୂର୍ବରୁ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ରୂପେ ଦାୟିତ୍ୱ ପାଇଥିବା ଶ୍ରୀକାନ୍ତଙ୍କୁ ଗତ ଗୁରୁବାର ଅଧ୍ୟକ୍ଷ ପଦରୁ ଅପସାରଣ କରିଥିଲା ଏଆଇସିସି।

You might also like