କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ପ୍ରଣୟ ସାହୁ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ପୁଣି ଆଉ ଏକ ଝଟ୍‌କା ଲାଗିଛି। ବରଗଡ଼ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ପ୍ରଣୟ ସାହୁ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କୁ ପଠାଇ ଦେଇଛନ୍ତି।

ଗତ ବର୍ଷ ହୋଇଥିବା ବିଜେପୁର ଉପ-ନିର୍ବାଚନରେ ପ୍ରଣୟ କଂଗ୍ରେସ ଦଳରୁ ପ୍ରାର୍ଥୀ ଭାବେ ଲଢି ପରାସ୍ତ ହୋଇଥିଲେ।

ଇସ୍ତଫା ପ୍ରସଙ୍ଗରେ ଓଟିଭିକୁ ସୂଚନା ଦେଇ ପ୍ରଣୟ କହିଛନ୍ତି, ବିଜେପୁର ଉପନିର୍ବାଚନ ସମୀକ୍ଷା ପାଇଁ ଦଳକୁ ଜଣାଇଥିଲି କିନ୍ତୁ ଏଥିପ୍ରତି କେହି ଦୃଷ୍ଟି ଦେଲେ ନାହିଁ ପରାଜୟର କାରଣ କ’ଣ, ସମୀକ୍ଷା ପାଇଁ ମଧ୍ୟ କହିଥିଲି… କଂଗ୍ରେସ ପୁନର୍ବିନ୍ୟାସରେ ମୋର କିଛି ଭୂମିକା ରହିଲାନି ବୋଲି ସେ କହିଛନ୍ତି।

ବିଜେଡିରେ ଯୋଗଦେବେ କି ପ୍ରଶ୍ନରେ କିଛି ନିଷ୍ପତ୍ତି ହୋଇନାହିଁ, ଆଜି ନିଷ୍ପତ୍ତି ହେବ ବୋଲି ପ୍ରଣୟ କହିଛନ୍ତି।

You might also like