ବିଜୟଙ୍କ ବିଷୋଦ୍‌ଗାର; କହିଲେ ସରକାର ଶ୍ରୀକ୍ଷେତ୍ରକୁ କରିଦେଲେ କୁରୁକ୍ଷେତ୍ର

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗ

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ବିଷୋଦ୍‌ଗାର କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

ରାଜ୍ୟ ସରକାରଙ୍କୁ ଆକ୍ଷେପ କରି ସେ କହିଛନ୍ତି, ‘ଏହା ସରକାରଙ୍କ ଦିଗହରା ନିଷ୍ପତ୍ତି। ଗତ ୭ଦିନ ହେଲାଣି ଶ୍ରୀକ୍ଷେତ୍ର  କୁରୁକ୍ଷେତ୍ରରେ ପରିଣତ ହୋଇଗଲାଣି। ତେବେ ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ରରେ ପରିଣତ କରିବାର କୌଣସି ସାମ୍ବିଧାନିକ କିମ୍ବା ମୌଳିକ ଅଧିକାର ସରକାରଙ୍କର ନାହିଁ।’

କ’ଣ ଦରକାର ଥିଲା ୫୦ ପ୍ଲାଟୁନ୍‌ ଫୋର୍ସ ଓ ୨୨ଟି ବୁଲଡୋଜର ନେଇ ପୁରୀକୁ ଯିବା ବୋଲି ବିଜୟ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ‘ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କଳା ଭଳି ମଠମନ୍ଦିର ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ସରକାର କ’ଣ କରିବେ ସ୍ପଷ୍ଟ କରୁ ନାହାନ୍ତି।’

ବିଜୟ କହିଛନ୍ତି,‘ବି.ପି. ଦାସ କମିଶନ ଶ୍ରୀମନ୍ଦିର ସଂସ୍କାର ନେଇ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। ସେ ଚୂଡ଼ାନ୍ତ ରିପୋର୍ଟ ଦେଇ ନାହାନ୍ତି। ଚୂଡ଼ାନ୍ତ ଦେବା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ଶେଷ କରି ଦିଆଗଲା। ବି.ପି ଦାସ କମିଶନ କ’ଣ ରିପୋର୍ଟ ଦେଲେ କେହି ଜାଣି ପାରିଲେ ନାହିଁ। କମିଶନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇ ନାହିଁ। ସରକାର ତାକୁ ଗ୍ରହଣ କରି ଏଭଳି ପଦକ୍ଷେପ କରିବା ବେଆଇନ୍‌। ସରକାର ଦୟାକରି ସେଥିରୁ ନିବୃତ୍ତ ରୁହନ୍ତୁ। ବିପି ଦାସ କମିଶନଙ୍କ ରିପୋର୍ଟକୁ ସର୍ବ ସମ୍ମୁଖରେ ପ୍ରକାଶିତ କରନ୍ତୁ।”

ସେ କହିଛନ୍ତି, ‘ନବକଳେବର ବେଳେ ୫୦୦ କୋଟି ଖର୍ଚ୍ଚ କରିଥିଲେ ବୋଲି ସରକାର କହିଥିଲେ। ସେହି ଖର୍ଚ୍ଚର ହିସାବ ସରକାର ଏପର୍ଯ୍ୟନ୍ତ ଦେଇନାହାନ୍ତି। ପ୍ରକୃତରେ ୫୦୦ କୋଟି ଖର୍ଚ୍ଚ ହୋଇଥିଲେ, ବଡ଼ଦାଣ୍ଡ ଆଜି ଭାସୁନଥାନ୍ତା।  

 

ଆହୁରି ପଢ଼ନ୍ତୁ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

You might also like