ଫୋନି ପାଇଁ ଆରମ୍ଭ ହେଲା ରାଜନୀତି

ଭୁବନେଶ୍ୱର: ଫୋନି ପରବର୍ତ୍ତୀ ଥଇଥାନ ଓ ରିଲିଫ୍ କାର୍ଯ୍ୟକୁ ନେଇ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ କରି କହିଛନ୍ତି ଯେ, ସବୁଠି ଅବ୍ୟବସ୍ଥା ଲାଗିରହିଛି। ୧୯୯୯ ମହାବାତ୍ୟାରେ ବି ଏଭଳି ଅବ୍ୟବସ୍ଥା ନ ଥିଲା। ଲୋକଙ୍କ ଥଇଥାନ ଏବଂ ରିଲିଫ୍ ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ସବୁ କଥାରେ ବ୍ୟବସାୟିକ ମନୋଭାବ ରଖାଯାଉଛି।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ୯୯ ମହାବାତ୍ୟାର ୩ରୁ ୪ ଦିନ ଭିତରେ ବିଜୁଳି ଏବଂ ପାଣି ମିଳିଥିଲା ଲୋକଙ୍କୁ । କିନ୍ତୁ ଅଦ୍ୟାବଧି ଲୋକେ ନା ପାଣି ପାଉଛନ୍ତି ନା ବିଜୁଳି। ବରଂ ଜେନେରେଟର୍ ଭଡ଼ା ବାବଦକୁ ହଜାର ହଜାର ଟଙ୍କା ଗଣୁଛନ୍ତି ବୋଲି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ସେପଟେ ବିଜେଡି ଜବାବ ରଖି କହିଛି, ରାଜ୍ୟ ସରକାର ଅଚଳ ନୁହନ୍ତି। ବାତ୍ୟା ପରବର୍ତ୍ତୀ ପୁନଃଥଇଥାନ ପାଇଁ ଯଥେଷ୍ଟ ପଦକ୍ଷେପ ନେଉଛନ୍ତି।

 

You might also like