‘ପ୍ରବାସୀଙ୍କ ପ୍ରକୃତ ହିସାବ ସରକାରଙ୍କ ପାଖରେ ନାହିଁ’

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ ଅଭିଯୋଗ କରିଛନ୍ତି, ପ୍ରବାସୀଙ୍କ ପ୍ରକୃତ ହିସାବ ସରକାରଙ୍କ ପାଖରେ ନାହିଁ। କେଉଁ ରାଜ୍ୟରେ କେତେ ପ୍ରବାସୀ ଓଡ଼ିଆ ଅଛନ୍ତି, ତାର ତାଲିକା ହୋଇପାରିନି।

ସରକାର ବୋଧହୁଏ କରୋନା ଭୟାବହତାକୁ ଅନୁଭବ କରିପାରିନାହାନ୍ତି। କେବଳ କ୍ୱାରେଣ୍ଟିନ୍ ସେଣ୍ଟର ପାଇଁ କଣ କିଣା ହେବ ସେଥିରେ ବ୍ୟସ୍ତ  ଅଛନ୍ତି। ସରକାର ଅହମିକା ଓ ଅହଙ୍କାର ଛାଡ଼ନ୍ତୁ।ଅଫିସରମାନେ ମିଛ କହିବା ଛାଡ଼ନ୍ତୁ। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହି ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି।

ପ୍ରବାସୀଙ୍କ ପାଇଁ ବାସ୍ତବ ମାନଚିତ୍ର ତିଆରି କରାଯାଉ।  ର୍ନିଦ୍ଦିଷ୍ଟ ଜୋନ୍‌ରେ କଣ୍ଟେଣ୍ଟମେଣ୍ଟକୁ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି, ତାହା ମନ୍ଦ ନୁହେଁ ବୋଲି କହିଛନ୍ତି ବିଜୟ ମହାପାତ୍ର। କଣ୍ଟେନମେଣ୍ଟ ଅଞ୍ଚଳରେ କଟକଣା ଲାଗୁ ହେଉ।  ଅନ୍ୟମାନେ ଅସୁବିଧା ନ ଭୋଗନ୍ତୁ।

ବର୍ତ୍ତମାନ ସରକାରଙ୍କୁ ସମସ୍ତ ବର୍ଗରୁ ଅକୁଣ୍ଠ ସହଯୋଗ ମିଳୁଛି। ଯଦି ସରକାର ଏହାର ସଦୁପଯୋଗ ନକରିବେ, ତାଠାରୁ ବଡ଼ ବିଡ଼ମ୍ବନା ନାହିଁ। ଜରୁରୀ ପରିସ୍ଥିତି ପରି ସାମ୍ବାଦିକଙ୍କୁ ନ ଡାକି ସାମ୍ବାଦିକ ସମ୍ମିଳନୀ କରାଯାଉଛି ବୋଲି ମଧ୍ୟ କଟାକ୍ଷ କରିଛନ୍ତି ବିଜୟ ମହାପାତ୍ର। ତେବେ ଏନେଇ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଆହୁରି ପଢ଼ନ୍ତୁ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

You might also like