ବିଜୁ ଜନତା ଦଳକୁ ବିଗାଡୁଛନ୍ତି କିଛି ଲଫଙ୍ଗା ଟୋକା : ଉମେଶ ସ୍ୱାଇଁ

ଭୁବନେଶ୍ୱର : ବିଜୁ ଜନତା ଦଳକୁ ବିଗାଡୁଛନ୍ତି କିଛି ଲଫଙ୍ଗା ଟୋକା । ନବୀନ ସେମାନଙ୍କ ଠାରୁ ଦୂରେଇ ରହିବା ଉଚିତ୍ । ଦଳକୁ ଭାଙ୍ଗି ନିଜ ଅାଧିପତ୍ୟ ବିସ୍ତାର କରିବାକୁ ସେହି ଲଫଙ୍ଗାମାନେ ଚାହୁଁଛନ୍ତି ବୋଲି ଅାଜି ସାଂଘାତିକ ମନ୍ତବ୍ୟ ରଖିଛନ୍ତି ବିଜେଡି ନେତା ଉମେଶ ସ୍ୱାଇଁ ।

କହିଛନ୍ତି ଯେଉଁ ଲଫଙ୍ଗା ଟୋକା ଦଳରେ ଅଛନ୍ତି, ସେମାନେ ମଙ୍ଗଳକାରୀ ନୁହଁନ୍ତି । ନବୀନ ସେମାନଙ୍କ ସମ୍ପର୍କରେ ଅନେକ କିଛି ଜାଣି ପାରୁନାହାନ୍ତି । ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଦଳ ଠିକ୍ ଭାବେ ଚାଲିନାହିଁ । ଦଳରୁ ପୁରୁଣା ଲୋକଙ୍କୁ ବିଦା କରିବା ଠିକ୍ ନୁହେଁ ।

ତେବେ ଉମେଶଙ୍କ ଉକ୍ତି ବାଚାଳାମି ଓ ସେ ଦାମବାବୁଙ୍କ ସହ ଏରସମାରେ ବୈଠକ କରିଥିଲେ ବୋଲି କହିଛନ୍ତି ଜଗତ୍‌ସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ।

You might also like