ରଥ ଯାତ୍ରାରେ ସେଲ୍ଫି ମାନିଆ: ସୁନା ବେଶରେ ଠାକୁରଙ୍କ ସହ ସେଲ୍ଫି ନେବାକୁ ଭିଡ଼
ପୁରୀ: ଘୋଷଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ସେଲଫି ମାନିଆ। ବଦଦାଣ୍ଡରେ ଭିଡ଼ ସତ୍ତ୍ୱେ ତିନି ରଥ ଆଗରେ ସେଲଫି ନେବାକୁ କିନ୍ତୁ ଭୁଲି ନଥିଲେ ଭକ୍ତ। ଗତକାଲି ଶ୍ରୀଜୀଉଙ୍କର ସୁନାବେଶ ଥିବାରୁ ମହଣ ମହଣ ଅଳଙ୍କାରରେ ସଜେଇ ହୋଇଥିଲେ ମହାପ୍ରଭୁ। ଆଉ ଏହି ଦୃଶ୍ୟକୁ ନିଜ ନିଜ ମୋବାଇଲରେ କଏଦ କରିଥିଲେ ଶ୍ରଦ୍ଧାଳୁ। ଏଥିସହ ଭଗବାନଙ୍କ ସହ ସେଲଫି ନେବାକୁ ଭୁଲି ନଥିଲେ କେହି। ସୁନାବେଶ ଆରମ୍ଭଠାରୁ ବେଶ ଓଲାଗି ପର୍ଯ୍ୟନ୍ତ ଭକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ସେଲଫି ନିଶା।
ଦର୍ଶନ ବେଳେ କିଏ ରଥର ଫଟୋ ଉଠାଉଥିଲା ତ, ଆଉ କିଏ ଠାକୁରଙ୍କ ଅପୂର୍ବ ସୌନ୍ଦର୍ଯ୍ୟକୁ ସେଲଫି ମୋଡ୍ରେ ନେବାକୁ ବ୍ୟସ୍ତ। ଠାକୁରଙ୍କ ନିକଟରେ ଭିଡ଼କୁ ନଥିଲା ଖାତିର। ଅନ୍ୟପଟେ ସେବାୟତ କହନ୍ତି, ପ୍ରଥମେ ପ୍ରଣିପାତ ବଦଳରେ ସେଲଫି ଏବଂ ଫଟୋ ଉଠାଇବା ଆଧୁନିକ ଯୁଗରେ ଏକ ଫେସନ ପାଲିଟି ଯାଇଛି।