ରେଳ ଷ୍ଟେସନର ସୁରକ୍ଷା ବୃଦ୍ଧି; ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନେବାକୁ ପଡ଼ିବ

ଭୁବନେଶ୍ୱର: ରାଜ୍ୟର ୫ଟି ପ୍ରମୁଖ ରେଳ ଷ୍ଟେସନର ସୁରକ୍ଷା ବୃଦ୍ଧି କରାଯିବ। ରେଳ ସୁରକ୍ଷା ବୈଠକ ପରେ ଆଜି ଏହି ସୂଚନା ଦେଇଛନ୍ତି ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ।  କେନ୍ଦ୍ର ସରକାରଙ୍କ ଇଣ୍ଟିଗ୍ରେଟେଡ ସିକ୍ୟୁରିଟି ସ୍କିମ ଅନୁସାରେ ସୁରକ୍ଷା ବଢ଼ିବ। ଯାତ୍ରୀ ସୁରକ୍ଷା ଏବଂ ଯାତ୍ରୀ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦିଆଯିବ।

ସବୁ ରେଳ ଷ୍ଟେସନକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନେବାକୁ ପଡ଼ିବ। ଷ୍ଟେସନର ସବୁ ଅଞ୍ଚଳ ଯେମିତି ସିସିଟିଭି ନଜରରେ ରହିବ ସେହି ବ୍ୟବସ୍ଥା ହେବ ବୋଲି ଏଡିଜି କହିଛନ୍ତି।  ଏହାସହ ନକ୍ସଲ ଉପଦ୍ରବ ଅଂଚଳରେ କିଭଳି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ ସେନେଇ ମଧ୍ୟ ଆଲୋଚନା ହୋଇଥିବା ପୁଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ରେଳ ସୁରକ୍ଷା ନେଇ ଡିଜି କ୍ୟାମ୍ପ ଅଫିସ୍‌ରେ ପୁଲିସ ଡିଜି ବି.କେ ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।  ଏଥିରେ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ରେଲୱେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

You might also like