ରାହୁଲଙ୍କ ଓଡ଼ିଶା ଗସ୍ତ ନେଇ କ୍ଷେତ୍ର ପ୍ରସ୍ତୁତ

ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରସର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ୱରରେ  ପ୍ରସ୍ତୁତ। ରାଜଧାନୀ ଉପକଣ୍ଠ ତମାଣ୍ଡୋ ମିନି ଷ୍ଟାଡ଼ିୟମ୍‌ରେ ସୁରକ୍ଷା ଓ ପ୍ରସ୍ତୁତି ତଦାରଖ କରିଛି ସ୍ପେଶାଲ୍‌ ଅପରେଶନ ଗ୍ରୁପ୍, ଓ ଏସ୍‌ପିଜି(ସ୍ପେଶାଲ୍ ପ୍ରୋଟେକ୍ସନ ଗ୍ରୁପ୍)।

ଏସ୍‌ପିଜି ଅଧିକାରୀମାନେ ଷ୍ଟାଡ଼ିୟମ୍ ବୁଲିବା ସହ କେଉଁଠି ମଞ୍ଚ ହେବ, ମଞ୍ଚରୁ କେତେ ଦୂରରେ ଲୋକେ ବସିବେ, କେଉଁ ରାସ୍ତା ଦେଇ ରାହୁଲ ଆସିବେ ଏହାର ଟିକିନିଖି ତଦାରଖ କରିଛନ୍ତି। ତଦାରଖ ବେଳେ କମିଶନରେଟ୍ ପୁଲିସର ବରିଷ୍ଠ ଅଧିକାରୀଙ୍କ ସହ ଖୋର୍ଦ୍ଧା ଓ ଭୁବନେଶ୍ୱର କଂଗ୍ରେସର ତୁଙ୍ଗ ନେତାମାନେ ଉପସ୍ଥିତ ଥିଲେ।

ରାହୁଲଙ୍କ ଏହି ଦିନିକିଆ ଗସ୍ତରେ ସେ ସାଧାରଣ ସଭା ବ୍ୟତୀତ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତେବେ ରାହୁଲଙ୍କ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ପୁଣିଥରେ କଂଗ୍ରେସ ଅଭିଯୋଗ କରିଛି। ଆର୍ଟିଓ ଏବଂ ଜିଲ୍ଲାପାଳମାନେ ସରକାରଙ୍କ ଏଜେଣ୍ଟ ସାଜି ରାହୁଲଙ୍କ କାର୍ଯ୍ୟକ୍ରମକୁ ବିଫଳ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏହାସତ୍ତ୍ୱେ କଂଗ୍ରେସର ପ୍ରାୟ ଲକ୍ଷାଧିକ କର୍ମୀ ଏହି ସଭାରେ ଯୋଗ ଦେବେ ବୋଲି କଂଗ୍ରେସ ନେତା କହିଛନ୍ତି। ଏହି ଅଭିଯୋଗକୁ ଭିତ୍ତିହୀନ କହିଛି ବିଜେଡି।

You might also like