ଭୁବନେଶ୍ୱରରେ ବନ୍ଧୁକ ମୁନରେ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ସିକ୍ୟୁରିଟି ସୁପରଭାଇଜରଙ୍କୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଆଜି ଭୋର ସମୟରେ ସୁନ୍ଦରପଦା ହାଇଟେକ୍‌ ପ୍ଲାଜାର ସିକ୍ୟୁରିଟି ସୁପରଭାଇଜରଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ୩ ଜଣ ଦୁର୍ବୃତ୍ତ ଏକ କାର୍‌ରେ ଆସି ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ କରିନେଇଛନ୍ତି। ଅପହରଣ ବେଳର ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ ରେକର୍ଡ ହୋଇଛି।

କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ କଲେ ତା’ର କାରଣ ଜଣାପଡ଼ିନି। ଘଟଣାସ୍ଥଳରେ ଏୟାରଫିଲ୍ଡ ପୁଲିସ୍‌ ପହଞ୍ଚି  ଛାନ୍‌ଭିନ୍‌ ଆରମ୍ଭ କରିଛି।

You might also like