ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ମାଓ ବିରୋଧୀ ଅପରେସନ ପରେ ସୁରକ୍ଷାକର୍ମୀଙ୍କୁ ଏକ ସଫଳତା ମିଳିଛି। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଛି।

ସ୍ୱାଭିମାନ ଅଞ୍ଚଳରେ ମାଓ ଶିବିର ଚାଲିଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ଏହାପରେ ଏସ୍‌ଓଜି, ଡିଭିଏଫ, ବିଏସଏଫଙ୍କ ସହ ‌ଆନ୍ଧ୍ର ପୋଲିସ ମିଳିତ ଅପରେସନ ଚଳାଇଥିଲେ। ଗତକାଲି କମ୍ବିଂ ଅପରେସନ ଚଳାଇ ଥିବାବେଳେ ଗୁଣା ମାମୁଡି ଜଙ୍ଗଲରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ।

ପ୍ରଥମେ ମାଓବାଦୀମାନେ ଗୁଳି ଚଳାଇବାରୁ ତାର ପ୍ରତି ଜବାବ ଦେଇଥିଲେ ସୁରକ୍ଷାକର୍ମୀ। କିଛି ଘଣ୍ଟା ଧରି ଗୁଳି ବିନିମୟ ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ର ଭଙ୍ଗ ଦେଇଥିଲେ। ଏହି ଗୁଳି ବିନିମୟ ବେଳେ ଅରୁଣା ଓ ଜଗନ ପରି ମାଓ ନେତା ଖସିଯାଇଥିବା ସୂଚନା ମିଳିଛି। ସମ୍ପୃକ୍ତ ଅଞ୍ଚଳରେ ଛାନ୍‌ଭିନ୍‌ ବେଳେ ଜଙ୍ଗଲରୁ ଆଇଡି, ଡିଟୋନେଟର, ଗୁଳି, magazine, ଡ୍ରେସ୍, ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, କିଛି ଡକ୍ୟୁମେଣ୍ଟସ୍‌ ଆଦି ଜବତ ହୋଇଛି। ଆଗକୁ କମ୍ବିଂ ଅପରେସନ ଜାରି ରହିବ ବୋଲି ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି।

You might also like