ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ହତ୍ୟାକାଣ୍ଡର ୧୦ ବର୍ଷ ପରେ ବି ଥମୁନି ରାଜନୀତି

କନ୍ଧମାଳ  : କନ୍ଧମାଳ ଜିଲ୍ଲା ଜଲେଶପେଟ୍ଟାରେ ପାଳିତ ହୋଇଯାଇଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ଅାଜି ସକାଳୁ ଅାଶ୍ରମର ଅନ୍ତେବାସୀମାନେ ରାହୁଲ୍ ନଦୀରୁ ଯଜ୍ଞମଣ୍ଡପ ପର୍ଯ୍ୟନ୍ତ ଏକ କଳସ ଶୋଭାଯାତ୍ରା କରିଥିଲେ । ସ୍ୱାମୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ସାରା ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସେପଟେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର ୧୦ ବର୍ଷ ପରେ ବି ଥମୁନି ଅାରୋପ ପ୍ରତ୍ୟାରୋପ ରାଜନୀତି। ଅାଜି ପୁଣି ପୁରୁଣା ଗୋହି ଖୋଳି ସ୍ୱାମୀଜୀଙ୍କ ହତ୍ୟା ପାଇଁ ବିଜେଡି ଓ ସରକାରଙ୍କୁ ଦାୟୀ କରିଛି।

ବିଜେପି ଦଳର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଜେଡି ପ୍ରାୟୋଜିତରେ ସ୍ୱାମୀଜୀଙ୍କ ହତ୍ୟା ହୋଇଥିଲା ଏବଂ ରାଜନୈତିକ ପୃଷ୍ଠପୋଷକ ଯୋଗୁ ହତ୍ୟାକାରୀଙ୍କୁ ଧରାଯାଇପାରିନାହିଁ। ସେପଟେ କଂଗ୍ରେସ କହିଛି, ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ରିପୋର୍ଟ ମୂଲ୍ୟହୀନ ହୋଇପଡିଛି। ସରକାର ଲୋକଙ୍କ ଦୃଷ୍ଟିକୁ ଅନ୍ୟ ଅାଡେ ନେବାକୁ ତଦନ୍ତ କମିଶନ ବସାଇଥିଲେ । କିନ୍ତୁ ଏଥିରୁ କୌଣସି ସୁଫଳ ମିଳିଲା ନାହିଁ ।

You might also like