ଚେତିଲା ଶ୍ରୀମନ୍ଦିର ପ୍ରଶାସନ; ୪ ଦ୍ୱାରରେ ସୁରକ୍ଷାକର୍ମୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ପୁରୀ:  ବାହାରୁ ଆସିଥିବା ଅଙ୍ଗାରରେ ପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ରୋଷେଇ ହେଉଥିବା ନେଇ ଓଟିଭିରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଚେତିଛି ଶ୍ରୀମନ୍ଦିର ନୀତି ପ୍ରଶାସକ। ବାହାରୁ ଯେପରି କୌଣସି ଅଙ୍ଗାର ନଯିବ, ସେଥିପ୍ରତି ୪ ଦ୍ୱାରରେ ସତର୍କ ଦୃଷ୍ଟି ରଖିବାକୁ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

ଶ୍ରୀମନ୍ଦିର ରୋଷଶାଳା ପ୍ରବେଶ ପଥରେ ସୁପରଭାଇଜର୍ ଓ କମାଣ୍ଡରଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ସେହିପରି ଉଷୁନା ଚାଉଳ, ପାମୋଲିନ ତେଲ ସହ ପଚା ଓ ପୋକରା ପନିପରିବାରେ ମହାପ୍ରସାଦ ରନ୍ଧନ କରାଯାଉଥିବା ଖବର ନେଇ ମଧ୍ୟ ନୀତି ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି।

ଏହି ଘଟଣାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ସେପଟେ ଉଷୁନା ଚାଉଳରେ ରନ୍ଧନ କାର୍ଯ୍ୟକୁ ସୁଆର ମହାସୁଆର ନିଯୋଗ ସମ୍ପାଦକ ଖଣ୍ଡନ କରିବା ସହ ଡାଲ୍‌ଡା ଘିଅ ବଦଳରେ ଓମ୍‌ଫେଡ୍‌ ଘିଅ ଯୋଗାଇବାକୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି।

You might also like