ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଏହିସବୁ ଜିଲ୍ଲାରେ ୧୪୪ ଧାରା ଜାରି

ଭୁବନେଶ୍ୱର: କରୋନା ଭୂତାଣୁର ସମ୍ଭାବ୍ୟ ସ୍ଥିତିକୁ ଦେଖି ରାଜ୍ୟର ଅନେକ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଚୈତ୍ର୍ୟ ପର୍ବ ସହ ଅନେକ ପର୍ବପର୍ବାଣୀ ଥିବାରୁ ଜନସମାଗମକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ ଜାରି କରାଯାଇଛି ୧୪୪ ଧାରା। ସେହିପରି ଗଜପତିରେ ମଧ୍ୟ ୧୪୪ ଜାରି କରାଯାଇଛି।

ଏହାସହ ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ବଲାଙ୍ଗିର ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କୌଣସି ଜନସମାଗମକୁ ଏଡ଼ାଇବା ପାଇଁ ୧୪୪  ଧାରା ଜାରି ହୋଇଛି।

ଏହାବ୍ୟତୀତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବି ବାତିଲ କରିଦିଆଯାଇଛି। କରୋନା ପାଇଁ ପାରାଦୀପ ଅଞ୍ଚଳରେ ବି ୧୪୪ ଧାରା ଜାରି କରାଯିବା ସହ ନେହରୁ ବଙ୍ଗଳା, ସିବିଚ୍ ଅଞ୍ଚଳରେ ୧୪୪ ଲଗାଇଛନ୍ତି ଜିଲ୍ଲାପାଳ।

 

You might also like