• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita
  • ଜରୁରୀ ନହେଲେ ହସ୍ପିଟାଲ ବେଡ୍ ଅକ୍ତିଆର ନକରିବାକୁ ଅନୁରୋଧ
  • ମେ ଦ୍ୱିତୀୟ ସପ୍ତାହରେ କରୋନା ପିକ୍ 
  • ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
  • ଟେଷ୍ଟିଂ କମିନି, କିଟ୍ ମଧ୍ୟ ଯଥେଷ୍ଟ ଅଛି
  • ବେଡର ଅଭାବ ରହିବନି, ୪ ଜିଲ୍ଲାକୁ ନେଇ କ୍ଲଷ୍ଟର ହେବ

ଭୁବନେଶ୍ୱର : ଦେଶରେ ଆହୁରି ପ୍ରାୟ ୨୦ ଦିନ କରୋନାର ପ୍ରକୋପ ଦେଖିବାକୁ ମିଳିପାରେ । ମେ ଦ୍ୱିତୀୟ ସପ୍ତାହ ବେଳକୁ ଆସିପାରେ କରୋନା ପିକ୍ । ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର  ।  ଆଇଆଇଟି କାନପୁରର ଗବେଷଣା ଅନୁସାରେ ଦେଶରେ ମେ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ କରୋନା । ଅନ୍ୟପଟେ ସେ କିନ୍ତୁ ଆଶ୍ୱାସନା ଦେଇଛନ୍ତି, ରାଜ୍ୟରେ ଟେଷ୍ଟିଂ କମିନି କିମ୍ବା ଟେଷ୍ଟିଂ କିଟର କୌଣସି ଅଭାବ ନାହିଁ । ଏବେ ଲୋକେ ନିଜେ ନିଜେ ଆସି ଟେଷ୍ଟିଂ କରାଉଛନ୍ତି  ।

କିଛି ଲୋକ ରେମଡେସିଭିରକୁ ଘରେ ଅଯଥାରେ ମହଜୁଦ କରି ରଖୁଥିବା ଅଭିଯୋଗ କରି ନିରଂଜନ ମିଶ୍ର କହିଛନ୍ତି, ଏହି ଔଷଧ କରୋନା ପାଇଁ ଅବ୍ୟର୍ଥ ନୁହେଁ  । ଏହାକୁ ଅଯଥାରେ ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି । ସରକାରୀ ସ୍ତରରେ ଦରକାର ମୁତାବକ ମେଡିସିନ ଅଛି । ବେଡର ମଧ୍ୟ ଅଭାବ ରହିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । କାରଣ ୪ଟି ଲେଖାଏଁ ଜିଲ୍ଲାକୁ ନେଇ କ୍ଲଷ୍ଟର କରାଯାଉଛି । ସେହି ଜିଲ୍ଲା ଭିତରେ ରୋଗୀଙ୍କୁ ବେଡ୍ ଯୋଗାଇ ଦିଆଯିବ ରୋଗୀ ଗୁରୁତର ନ ଥିଲେ ହସ୍ପିଟାଲ ବେଡରେ ନରହି ଘରେ ରହିବାକୁ ପରାମର୍ଶ ଦେଇଛନ୍ତି  ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏପରି ହେଲେ ପ୍ରକୃତରେ ଦରକାର ହେଉଥିବା ଲୋକଙ୍କୁ ହସ୍ପିଟାଲ ବେଡ୍ ମିଳିବ ବୋଲି ସେ କହିଛନ୍ତି ।

ସେପଟେ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକାକରଣରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ମେ ମାସରେ କୋଭିସିଲ୍ଡ ଟିକା ଆସିବାର ସମ୍ଭାବନା କ୍ଷୀଣ । ମେ ମଧ୍ୟଭାଗ ସୁଦ୍ଧା କୋଭାସ୍କିନ ହୋଇପାରେ । କୋଭିସିଲ୍ଡ ଟିକା ପାଇଁ ଆମେ ଚିଠି ଲେଖିଛୁ । ଟିକା ଉପଲବ୍ଧ ହେବା ପରେ ଟିକା ଦିଆଯିବ ।

ସେହିପରି ବିଜୟ ପାଣିଗ୍ରାହୀ କହିଛନ୍ତି, ଫେଜ ଥ୍ରୀ ଟିକା ପାଇଁ କାଲିଠୁ ପଂଜୀକରଣ ହେବ । COWIN ପୋର୍ଟାଲକୁ ଯାଇ ସମସ୍ତେ ପଂଜୀକରଣ କରିବେ । କିନ୍ତୁ ବର୍ତ୍ତମାନ ସ୍ଲଟ ଅପ୍ ଆପଏଣ୍ଟମେଣ୍ଟ ମିଳିବ ନାହିଁ । ଯେବେ ଟିକା ମିଳିବ, ସେହି ଅନୁସାରେ ପୋର୍ଟାଲ ଜରିଆରେ ଆମେ ସ୍ଲଟ ଦେବୁ । ଏବେ ଯେତିକି ଟିକା ଅଛି, ତାହା ୨-୩ ଦିନ ଯିବ । ଏବେ ୧ ଲକ୍ଷ ୨୩ ହଜାର କୋଭିସିଲ୍ଡ ଓ ୩ ଲକ୍ଷ ୬୫ ହଜାର କୋଭାକ୍ସିନ ଅଛି ।

 

Second-wave-in-india-to-peak-by-mid-may
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories