ଆସନ୍ତାକାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ

ଭୁବନେଶ୍ୱର : ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଶୁକ୍ରବାରଠୁ ଆରମ୍ଭ ହେବ। ଜୁନ୍ ୨୫ରେ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନ ଜୁଲାଇ ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ମୁଲତବୀ ରହିବା ପରେ ଆସନ୍ତାକାଲି ଖୋଲିବ। ଆସନ୍ତାକାଲି ବିଧାନସଭାରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶା କଣ୍ଟିଜେନ୍ସି ଫଣ୍ଡରୁ ଅଗ୍ରୀମ ଉଠାଣ ସଂକ୍ରାନ୍ତ ସ୍ୱତନ୍ତ୍ର ଅତିରିକ୍ତ ବିବରଣୀ ଗୃହରେ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି।

ପୁରୀରେ ନାବାଳିକାକୁ ଗାଡ଼ି ଭିତରେ ଦୁଷ୍କର୍ମ କରାଯିବା ଓ ଧାନମଣ୍ଡିରେ ଧାନ ପଡ଼ି ରହିଥିବା ଘଟଣାକୁ ନେଇ ବିରୋଧୀ ଦଳ ପକ୍ଷରୁ ଆସନ୍ତାକାଲି ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଗୃହ କାର୍ଯ୍ୟ ଶନିବାର ଓ ରବିବାର ଯୋଗୁ ବନ୍ଦ ରହିବା ପରେ ଜୁଲାଇ ୧୫ତାରିଖରୁ ସ୍ୱାଭାବିକ ଭାବେ ଚାଲିବ। ଜୁଲାଇ ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବ ଓ ଗୃହ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ

ପାଟକୁରା ନିର୍ବାଚନ ଫଳାଫଳ: ୧୬ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

ପାଟକୁରା ନିର୍ବାଚନ ଫଳାଫଳ: ୧୨ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

ବାହୁଡ଼ା ପରେ ଆଜି ହେବ ମହାପ୍ରଭୁଙ୍କର ପ୍ରଥମ ବନକଲାଗି

ପାଟକୁରା ନିର୍ବାଚନ ଫଳାଫଳ: ୧୦ମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

ପାଟକୁରା ନିର୍ବାଚନ ଫଳାଫଳ: ୫ମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

କଟକରେ ଫୁଟିଲା ବୋମା

୨୪ ଘଣ୍ଟା ମଧ୍ୟରେ କଟକରେ ଡବଲ୍‌ ମର୍ଡର

ପାଟକୁରା ନିର୍ବାଚନ ଫଳାଫଳ: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ

ଆରମ୍ଭ ହେଲା ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍‌ ଗଣତି

ଜାଲ୍‌ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ଦୁଇଟି ଶିକ୍ଷାନୁଷ୍ଠାନ

କୋଇଲା ଖଣିରେ ଅଘଟଣ: ମାଟି ଧସି ୧୦ ଶ୍ରମିକ ଆହତ

ଛୁଟିରେ ଗଲେ ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀ

You might also like