ଆଜିଠୁ ମେଡିକାଲ ସିଟ୍ରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ
ଭୁବନେଶ୍ୱର: ଆଜିଠାରୁ ମେଡ଼ିକାଲ ସିଟ୍ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି। ରାଜ୍ୟରେ ୮ଟି ମେଡିକାଲ କଲେଜ ଓ ୨ଟି ବିଡିଏସ୍ କଲେଜର ଖାଲିଥିବା ସିଟ୍ ପାଇଁ ନାମଲେଖା ହେବ। ଆଜି ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖାର ପ୍ରଥମ ଦିନରେ ଏସ୍ସିବି ଓ ଏମକେସିଜି ପାଇଁ ନାମଲେଖା ହେବ।
ପୂର୍ବାହ୍ନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ଏସ୍ସିବି ପାଇଁ ନାମଲେଖା ଚାଲିଥିବା ବେଳେ ଏମକେସିଜି ପାଇଁ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ନାମଲେଖା ଚାଲିବ। ଏହି ନାମଲେଖା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।
ନାମଲେଖାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କୋଟାରୁ ୮୯୮ ଏବଂ ସର୍ବଭାରତୀୟ କୋଟାରୁ ୧୩୦ଟି ସିଟ୍ରେ ନାମଲେଖା ସରିଛି।