ଚଳିତ ବର୍ଷ ହେବନି ଦ୍ୱିତୀୟ OJEE

ଭୁବନେଶ୍ୱର: ଚଳିତ ବର୍ଷ ହେବନି ଦ୍ୱିତୀୟ OJEE। କରୋନା ମହାମାରୀକୁ ଦୃଷ୍ଟିରେ OJEE ପକ୍ଷରୁ ଏବର୍ଷ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ B.TECH ପାଇଁ ହେବ ସ୍ୱତନ୍ତ୍ର ଏଣ୍ଟ୍ରାନ୍ସ। ସ୍ୱତନ୍ତ୍ର OJEE ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଆଡମିଶନ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଆଜିଠୁ ଏନେଇ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି। ଯାହା ୩୧ ତାରିଖ ଯାଏ ଚାଲିବ। ଏଥିପାଇଁ ଆସନ୍ତା ମାସ ୫ ତାରିଖରେ ଫି ପେମେଣ୍ଟ କରିବେ ଛାତ୍ରଛାତ୍ରୀ। ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କ ଏଣ୍ଟ୍ରାନ୍ସ ଓ ଆଡମିଶନ୍ କମ୍ପୁଟର୍ ବେସ୍‌ରେ କରାଯିବ।

କରୋନା ମହାମାରୀ ବ୍ୟାପିଥିବାରୁ ଛାତ୍ରଛାତ୍ରୀ ଯେପରି ଏକତ୍ରୀତ ହେବେନି ସେ ନେଇ ଧ୍ୟାନ ଦିଆଯାଇଛି। ଯେଉଁମାନେ ଜେଇଇ ମେନ୍ ଦେଇନଥିବେ ସେମାନେ ଏହି ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ଦେବେ। ସରକାରୀ ଓ ବେସରକାରୀ କଲେଜରେ ଖାଲି ଥିବା ସିଟ୍‌ରେ ଛାତ୍ରଛାତ୍ରୀ ଆଡମିଶନ୍ ପାଇପାରିବେ।

ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ। ଜୁନ୍ ୧୭ ପରେ ପରିସ୍ଥିତି ଦେଖି ଆଡମିଟ କାର୍ଡ ଓ ପରୀକ୍ଷା ଦିନ ଧାର୍ଯ୍ୟ କରାଯିବ ବୋଲି ସୂଚନା ସେ ଦେଇଛନ୍ତି। ପୂର୍ବରୁ ଜେଇଇ ପରେ OJEE ଦ୍ୱାରା ବିଟେକ୍ ଛାତ୍ରଛାତ୍ରୀଙ୍କ ଆବେଦନ ଗ୍ରହଣ କରାଯାଉଥିଲା।

You might also like