ଭୁବନେଶ୍ୱର: ନକ୍ସଲଙ୍କ ପିଏଲ୍ଜିଏ ସପ୍ତାହର ଆଜି ହେଉଛି ଦ୍ୱିତୀୟ ଦିନ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ନକ୍ସଲମାନେ ଏହି ସପ୍ତାହ ପାଳନ କରିବେ।
ପିଏଲ୍ଜିଏ ସପ୍ତାହକୁ ଦୃଷ୍ଟିରେ ରଖି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ସୀମାରେ କମ୍ବିଂ ଅପରେସନ୍କୁ ଜୋରଦାର କରାଯିବା ସହ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।
ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ପିଏଲ୍ଜିଏ ସପ୍ତାହ ପାଳନ କରିବା ପାଇଁ ନକ୍ସଲମାନେ ଆହ୍ୱାନ ଦେଇଛନ୍ତି।
ସୁରକ୍ଷାକର୍ମୀ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଯାନବାହନଗୁଡ଼ିକୁ ଯାଞ୍ଚ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ କୋରାପୁଟରୁ ରାୟଗଡ଼ା, ମାଲକାନଗିରି ଓ ଗଜପତିକୁ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି।