ଉଗ୍ର ହେଉଛି ସମୁଦ୍ର; ଜୁଆର ମାଡ଼ରେ ଭାଙ୍ଗିଲା ବାସଗୃହ

ବ୍ରହ୍ମପୁର: ଉଗ୍ର ହେଉଛି ସମୁଦ୍ର। ଆଉ ଜୁଆର ମାଡ଼ରେ ଲୀନ ହେବାରେ ଲାଗିଛି ଏକାଧିକ ଘର। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ୍‌ ଅନ୍ତର୍ଗତ ରାମୟାପାଟଣା ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଜୁଆର ମାଡ଼ରେ ଗାଁର କିଛି ଘର ଭାଙ୍ଗି ଯାଇଥିବାବେଳେ,ଏକାଧିକ ଘର ବିପଦ ସଙ୍କୁଳ ଅବସ୍ଥାରେ ରହିଛି।

ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ଲାଗି ରହିଛି। ପୂର୍ବରୁ ମଧ୍ୟ ରାମୟାପାଟଣା ସହ ଏହି ଅଞ୍ଚଳର ଏକାଧିକ ଗାଁରେ ସମୁଦ୍ର କୂଳ ଲଂଘୁଥିବା ଅଭିଯୋଗ ହୋଇଛି।

ଗତ ୮ ତାରିଖରୁ ସମୁଦ୍ର ଉଗ୍ର ହୋଇ କୂଳ ଖାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଗାଁର ପ୍ରାୟ ୨୭ଟି ବାସଗୃହ, ୨୨ଟି ଶୁଖୁଆ ଖଳା, ମତ୍ସଜୀବୀ ଆଶ୍ରୟ ସ୍ଥଳ ଓ ୧୦ରୁ ଅଧିକ ନଡିଆ ଗଛ ସମୁଦ୍ରରେ ଲୀନ ହୋଇଯାଇଥିବା କୁହାଯାଉଛି। ବାହୁଦା ନଦୀ ଗତିପଥ ପରିବର୍ତ୍ତନ କାରଣରୁ ସେଠାରେ ସମୁଦ୍ର ବାରମ୍ବାର କୂଳ ଖାଉଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ

You might also like