ଅସଦାଚରଣ ଅଭିଯୋଗରେ ଗିରଫ ହେଲେ କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ

କେନ୍ଦ୍ରାପଡ଼ା: ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି କେନ୍ଦ୍ରାପଡ଼ା କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଆତିଷ ମହିନ୍ଦ୍ରା ମାଣେ। ଜଣେ ୯ ବର୍ଷର ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ ନେଇ ତାଙ୍କ ନାମରେ ଥାନାରେ ଏତଲା ହୋଇଥିଲା। ଏହାପରେ କେନ୍ଦ୍ରାପଡ଼ା ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ରବିବାର ଦିନ ଆତିଷ ମହିନ୍ଦ୍ରା ସଂପୃକ୍ତ ନାବାଳିକାଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ଡାକି ଅସଦାଚରଣ କରିଥିଲେ। ନାବାଳିକା ଜଣକ କୌଶଳ କ୍ରମେ ଖସି ଆସି ପରିବାର ଲୋକଙ୍କୁ ଜଣାଇବା ପରେ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରିବା ସହ ବୈଜ୍ଞାନିକ ଆତିଷ ମହିନ୍ଦ୍ରା ମାଣେଙ୍କୁ ଗିରଫ କରିଛି। ଅଭିଯୋଗ ପରେ ଭୁବନେଶ୍ୱର କୃଷିବିଜ୍ଞାନ କେନ୍ଦ୍ରର ଏକ ଟିମ୍ ମଧ୍ୟ ବିଭାଗୀୟ ତଦନ୍ତ ଜାରି ରଖିଛି। ତେବେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୈଜ୍ଞାନିକ ଆତିଷ ମହିନ୍ଦ୍ରା ମାଣେ।

ଆହୁରି ପଢ଼ନ୍ତୁ

You might also like