ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ

ପୁରୀ : ପୁରୀ ଛଇତନାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ପ୍ରାୟ ୨ଶହରୁ ଅଧିକ ସ୍କୁଲର ୨୦୩ଟି ପ୍ରକଳ୍ପ ସ୍ଥାନ ପାଇଛି। ପିଲାମାନେ ବିଭିନ୍ନ ପ୍ରୋଜେକ୍ଟରେ ନିଜ ବୈଜ୍ଞାନିକ ବୁଦ୍ଧିମତାର ପରିଚୟ ଦେଇଛନ୍ତି।

ଏହି ବିଜ୍ଞାନ ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛି ପଲ୍ୟୁସନ୍ ଫ୍ରି ସାଇକେଲ୍ କମ୍ ମଟର ସାଇକେଲ୍। ଏହି ସାଇକେଲରେ ପେଟ୍ରୋଲର ଆବଶ୍ୟକତା ନାହିଁ, ବ୍ୟାଟେରୀ ସାହାଯ୍ୟରେ ଏହା ଚାଲିଥାଏ।

ଏହି ପଲ୍ୟୁସନ ଫ୍ରି ସାଇକେଲକୁ ନବମ ଶ୍ରେଣୀ ଛାତ୍ର ବବୁଲ ନାୟକ ତିଆରି କରିଛନ୍ତି। ଏହି ବିଜ୍ଞାନ ମେଳାକୁ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ଉଦ୍‌ଘାଟନ କରିଥିଲେ।

You might also like