ରାଜ୍ୟରେ ବନ୍ଦ ହେବ ନାହିଁ ୨୦ ପିଲାରୁ କମ୍‌ ଥିବା ସ୍କୁଲ

ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଝଟକା

କଟକ: କମ୍ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପ୍ରସଙ୍ଗରେ ବଡ଼ ରାୟ ଦେଲେ ହାଇକୋର୍ଟ। ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ। ପୂର୍ବରୁ ବି ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ। ୨୦ରୁ କମ୍ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ ପାଇଁ ନିଷ୍ପତ୍ତି ହୋଇଥିଲା। ଏହାକୁ ନେଇ ୨୦୨୦ ମାର୍ଚ୍ଚ ୧୧ରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ହାଇକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ରାଜ୍ୟରେ ୯ ହଜାର ସ୍କୁଲ ବନ୍ଦ ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ଭୟଙ୍କର ବୋଲି କହିଥିଲା ବିଜେପି। ପ୍ରତିବର୍ଷ ୧୧ ଲକ୍ଷ ପିଲା ପ୍ରାଥମିକ ବିଦ୍ୟାଳୟରେ ନାଁ ଲେଖାଉଥିବା ବେଳେ ୧୦ମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ପିଲା। ତେଣୁ ୬ ଲକ୍ଷ ପିଲା ଅଧାରୁ ପାଠ ଛାଡ଼ୁଥିବା ଜଣାପଡ଼ୁଛି। ତେବେ ସରକାର ଏ ତଥ୍ୟ ଲୁଚାଉଛନ୍ତି ବୋଲି ଅଭିଯୋଗ କରିଥିଲା ବିଜେପି।

ସ୍କୁଲ ବନ୍ଦ ଯୋଗୁ ଅଧାରୁ ସ୍କୁଲ ଛାଡ଼ିବା ହାର ୮୦ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରିଥିଲା ଦଳ। ତେବେ ସ୍କୁଲ ବନ୍ଦ ନିଷ୍ପତ୍ତି ସରକାର ପ୍ରତ୍ୟାହାର କରନ୍ତୁ, ଏଥିପାଇଁ ଦଳ ୧୫ ଦିନ ସମୟ ଦେଇଥିଲା ଦଳ। ଏନେଇ ଯଦି ସରକାର ସଠିକ୍ ନିଷ୍ପତ୍ତି ନନେବେ ସମସ୍ତ ବିଇଓ ଏବଂ ଡିଇଓ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ଓ ଏନେଇ ବିଜେପି କୋର୍ଟର ଦ୍ୱାରସ୍ଥ ହେବ ବୋଲି ଚେତାବନୀ ଦେଇଥିଲା ଦଳ।

You might also like