• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଏବର୍ଷ ଖୋଲିବନି ସ୍କୁଲ।  ଡିସେମ୍ବର ୩୧ ଯାଏଁ ରାଜ୍ୟରେ ସବୁ ସ୍କୁଲ ବନ୍ଦ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। କିଛି ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ପ୍ରବାହ ଆରମ୍ଭ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି।

ସ୍କୁଲ୍ ବନ୍ଦ ସତ୍ତ୍ୱେ ସମସ୍ତ ପ୍ରକାର ପରୀକ୍ଷା, ମୂଲ୍ୟାୟନ ଜାରି ରହିବ। ଅନଲାଇନ୍/ଦୂରନ୍ତର ଶିକ୍ଷା ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅନଲାଇନ୍ ଶିକ୍ଷା/ ଟେଲିକାଉନସେଲିଂ ପାଇଁ ଶିକ୍ଷକ ସ୍କୁଲ ଆସିବ। ଶିକ୍ଷା/ସ୍ୱାସ୍ଥ୍ୟ ମନ୍ତ୍ରାଳୟର SOP ଅନୁସାରେ ଶିକ୍ଷକ/ଅଣଶିକ୍ଷକ ଆସିବେ ବୋଲି କୁହାଯାଇଛି।

ଅନ୍‌ଲକ୍-୬ରେ ରାଜ୍ୟରେ ସ୍କୁଲ୍‌, କଲେଜ ଖୋଲିବା ନେଇ ଯେଉଁ ନିର୍ଦ୍ଦେଶନାମା ଜାରି କରାଯିବାର କିଛି ସମୟ ପରେ  ସେଥିରେ ସଂଶୋଧନ କରାଯାଇଥିଲା। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ, ନଭେମ୍ବର ୧୫ ପରେ ନବମରୁ ଦ୍ୱାଦଶ ଯାଏ ସ୍କୁଲ ଖୋଲିବ କି ନାହିଁ ସେ ନେଇ ଆଲୋଚନା ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି କୁହାଯାଇଥିଲା।

ନଭେମ୍ବର ୩୦ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି SRCଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍‌ଲାଇନ୍‌ରେ କୁହାଯାଇଥିଲା। ପାଠପଢ଼ା ବନ୍ଦ ରହିଲେ ମଧ୍ୟ ବିଭିନ୍ନ ପରୀକ୍ଷା ହୋଇପାରିବ ଓ ଶିକ୍ଷାନୁଷ୍ଠାନର ଅନ୍ୟ ପ୍ରାଶାସନିକ କାର୍ଯ୍ୟ ମଧ୍ୟ ଚାଲି ପାରିବ। ସେହିପରି ଅନ୍‌ଲାଇନ୍‌ ଓ ଡିଷ୍ଟାନ୍ସ ପାଠପଢ଼ା ଜାରି ରହିବ ବୋଲି କୁହାଯାଇଥିଲା।

ଦୀପାବଳି ପରେ ସ୍କୁଲ ଖୋଲିବା ନେଇ OTVକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ସମୀର ଦାଶ କହିଥିଲେ, କେବେ ସ୍କୁଲ ଖୋଲିବ, ସେନେଇ ନିର୍ଦ୍ଦିଷ୍ଟ ଭାବେ ନିଷ୍ପତ୍ତି ହୋଇନାହିଁ। ମୁଖ୍ୟମନ୍ତ୍ରୀ କହିଥିଲେ ପୂଜା ଛୁଟି ଯାଏ ସ୍କୁଲ କଲେଜ ବନ୍ଦ ରହିବ। ତେବେ କେବେ ସ୍କୁଲ ଖୋଲିବ ସେନେଇ ବିଚାରବିମର୍ଷ ଜାରି ରହିଛି। ଚଳିତ ମାସ କୋଭିଡ଼ ଗାଇଡଲାଇନ୍ସ ଆସିଲେ ସେନେଇ ସ୍ପଷ୍ଟ ହେବ।

Schools-in-odisha-to-remain-closed-till-december-31-2020
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories