ରବିବାରରେ ବି ସ୍କୁଲ୍ରେ ଚାଲିଛି ପାଠପଢ଼ା
ଭୁବନେଶ୍ୱର: କୋଭିଡ୍ କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ରାଜ୍ୟରେ ଜାନୁଆରୀ ୮ରୁ ସ୍କୁଲ୍ ଖୋଲିଥିବା ବେଳେ ଆଜି ରବିବାରରେ ବି ସ୍କୁଲ୍ରେ ଚାଲିଛି ପାଠପଢ଼ା। ରାଜ୍ୟର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ସ୍କୁଲ୍ ଖୋଲିଛି।
ଆଜି ରବିବାରରେ ଛାତ୍ରଛାତ୍ରୀମାନେ ସ୍କୁଲ୍କୁ ଆସିଛନ୍ତି। ଏତେଦିନ ଯାଏ ଅନ୍ଲାଇନ୍ରେ କ୍ଲାସ୍ ହେଉଥିବା ଯୋଗୁ କିଛି ବିଷୟବସ୍ତୁକୁ ନେଇ ଦ୍ୱନ୍ଦ୍ୱ ରହି ଯାଉଥିଲା। କିନ୍ତୁ ଏବେ ଅଫ୍ଲାଇନ୍ ଅର୍ଥାତ୍ ସ୍କୁଲ୍କୁ ଆସି କ୍ଲାସ୍ କରିବା ପରେ ସେସବୁ କିଛି କ୍ଲିୟର ହୋଇପାରୁଛି। ତେଣୁ ରବିବାରରେ ସ୍କୁଲ୍ରେ କ୍ଲାସ୍ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି।
#ରବିବାରରେ_ବି_ସ୍କୁଲ
ଆଜି ରବିବାରରେ ବି ସ୍କୁଲରେ ଚାଲିଛି ପାଠପଢା । ବିଦ୍ୟାଳୟକୁ ଆସିଛନ୍ତି ଛାତ୍ରଛାତ୍ରୀ ଓ ପିଲାଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ରାଉରକେଲାରେ କେମିତି ଚାଲିଛି ପାଠପଢା ଆସନ୍ତୁ ଦେଖିବା #Rourkela #Sunday #School pic.twitter.com/SWYKSQaQrI— ଓଟିଭି (@otvkhabar) January 10, 2021
ଅନ୍ୟପକ୍ଷେ, ସ୍କୁଲ୍ ଖୋଲିବା ପୂର୍ବରୁ ପାନୀୟ ଜଳ, ଶୌଚାଳୟ ପ୍ରସ୍ତୁତ ରଖାଯାଇଥିବା ବେଳେ ପୁରା କ୍ୟାମ୍ପସ୍କୁ ବିଶୋଧନ କରାଯାଇଛି। ସାମାଜିକ ଦୂରତା ପାଳନ କରି ସିଟିଂ ଆରେଞ୍ଜମେଣ୍ଟ ମଧ୍ୟ ହୋଇଛି। ପ୍ରତି କ୍ଲାସ୍ ରୁମ୍ରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ। କ୍ଲାସ୍ ଗୁଡ଼ିକୁ ବିଭିନ୍ନ ସେକ୍ସନରେ ବିଭକ୍ତ କରାଯାଇଛି। ଭିଡ଼ ଏଡାଇବା ଲାଗି ଖାଇବା ଛୁଟି ବି ପର୍ଯ୍ୟାୟ କ୍ରମେ କରାଯିବ। ଏପ୍ରିଲ୍ ୨୮ ଯାଏ ୧୦୦ ଦିନ ପାଠପଢ଼ା ହେବ।
ସଂକ୍ରମଣ ରୋକିବା ପାଇଁ ସାନିଟାଇଜର, ହ୍ୟାଣ୍ଡ୍ ଓ୍ୱାଶ୍ ମହଜୁଦ ରଖାଯାଇ ଥିବାବେଳେ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ସ୍କୁଲ୍ ଭିତରକୁ ପ୍ରବେଶ ଅନୁମତି ମିଳୁଥିବା ଦେଖିବାକୁ ମିଳିଛି। ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ପରିଲକ୍ଷିତ ହେବ ସେମାନଙ୍କୁ ପ୍ରତି ସ୍କୁଲ୍ରେ କରାଯାଇଥିବା ଆଇସୋଲେସନ୍ ରୁମ୍ରେ ରଖି ନିକଟସ୍ଥ ମେଡିକାଲ ଟିମ୍କୁ ସୂଚନା ଦେବେ କର୍ତ୍ତୃପକ୍ଷ। ସେହିପରି ପ୍ରବେଶ ପରେ ଅଧାରୁ ସ୍କୁଲ୍ ବାହାରକୁ କେହି ଯାଇପାରିବେନି।
ପୂର୍ବରୁ ଗଣଶିକ୍ଷା ବିଭାଗ ଶହେ ଦିନର ପାଠପଢ଼ା ଲାଗି ଗାଇଡ୍ଲାଇନ୍ ଜାରି କରିଥିଲା। ଏଥିରେ ରବିବାର ବି ସ୍କୁଲ୍ ଖୋଲିବ ବୋଲି ମାର୍ଗଦର୍ଶିକା ରହିଛି।
ଜାଣନ୍ତୁ କ’ଣ ରହିଛି ଗାଇଡ୍ଲାଇନ୍:-
- କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିପାରିବ।
- କଣ୍ଟେନମେଣ୍ଟ ଜୋନ୍ର କୌଣସି ଶିକ୍ଷକ, ପିଲା ସ୍କୁଲ ଆସିବା ମନା।
- କଣ୍ଟେନମେଣ୍ଟ ଜୋନ୍ ହେଲେ ଖୋଲିଥିବା ସ୍କୁଲ ତୁରନ୍ତ ବନ୍ଦ ହେବ।
- ସ୍କୁଲ୍ ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ ହେବ।
- ପାଇଖାନା ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପାରିବନି।
- କୌଣସି ପିଲାଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯାଇ ପାରିବନାହିଁ।
- କେବଳ ଅଭିଭାବକ ଏବଂ ପିଲା ରାଜିଥିଲେ ସ୍କୁଲ ଆସିପାରିବେ।
- କ୍ଲାସ ରୁମ୍ରେ ସାମାଜିକ ଦୂରତା ପାଇଁ ଗୋଟିଏ ସିଟ୍ ଛାଡ଼ି ବସିବେ।