୮ରୁ ଖୋଲିବ ନବମ, ଏକାଦଶ
ଭୁବନେଶ୍ୱର: ନବମ ଏବଂ ଏକାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫେବ୍ରୁଆରୀ ୮ରୁ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫେବ୍ରୁଆରୀ ୮ରୁ ଏପ୍ରିଲ ୩୦ ଯାଏ କ୍ଲାସ୍ ଚାଲିବ। ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିସାରିଛି। କୋଭିଡ ଗାଇଡଲାଇନ୍ ଅନୁସାରେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ କ୍ଲାସ୍ କରିବେ। ଛାତ୍ରଛାତ୍ରୀ, ଅଭିଭାବକ ସମସ୍ତେ ଏସଓପି ମାନିବା ନେଇ ଆଗରୁ ବାଧ୍ୟତାମୂଳକ କରାଯାଇଛି।
ଏସ୍ଆର୍ସି ଗାଇଡ୍ଲାଇନ୍ ଅନୁସାରେ ପ୍ରଥମରୁ ଅଷ୍ଟମ ଓ ବାକି କ୍ଲାସ୍ ପାଇଁ କେବେ ପାଠପଢା ହେବ, ଏନେଇ ସମ୍ପୃକ୍ତ ବିଭାଗ ନିଷ୍ପତ୍ତି ନେଇପାରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗ୍ରୀନ୍ ସିଗ୍ନାଲ ପାଇବା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସୋମବାରରୁ ଶନିବାର ସକାଳ ୮.୩୦ରୁ ସକାଳ ୧୦.୩୦ ଯାଏ ସ୍କୁଲରେ କ୍ଲାସ୍ ହେବ। ନବମ ଓ ଏକାଦଶଙ୍କ ପାଇଁ ରବିବାର କୌଣସି କ୍ଲାସ୍ ହେବ ନାହିଁ।
ଫେବୃଆରୀ ୮ ତାରିଖରୁ ୯ମ ଏବଂ ୧୧ଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଠପଢା ଆରମ୍ଭ ହେବ। ସୋମବାର ଠାରୁ ଶନିବାର ସକାଳ ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ ପାଠପଢା ହେବ ଏବଂ ରବିବାର ବନ୍ଦ ରହିବ। ପୂର୍ବ ସୂଚି ଅନୁସାରେ ୧୦ମ ଏବଂ ୧୨ଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଜାରି ରହିବ। ତେବେ ୧୦ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଦିନ ୧୧ଟାରୁ ୪ଟା ପର୍ଯ୍ୟନ୍ତ ହେବ। pic.twitter.com/HvEY3IvEXX
— I & PR Department, Odisha (@IPR_Odisha) February 1, 2021
ସୂଚନାଥାଉ କି, ଜାନୁଆରୀ ୮ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ମେ’ ୩ରୁ ମାଟ୍ରିକ୍ ପରୀକ୍ଷା ଓ ମେ’ ୧୫ରୁ +୨ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିନିମନ୍ତେ କୋଭିଡ୍ ନିୟମ ପାଳନ କରି ସ୍କୁଲ୍, ହଷ୍ଟେଲ୍ ଆଦି ଖୋଲିବା ପାଇଁ SOP ଜାରି କରାଯାଇଥିଲା। କ୍ଲାସରୁମ୍, ଲାଇବ୍ରେରୀ ଆଦିକୁ ସାନିଟାଇଜ କରାଯାଇଥିଲା। ଦଶମ ଓ ଦ୍ୱାଦଶରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ଦିନର ପାଠପଢା ଧାର୍ଯ୍ୟ କରାଯାଇଛି। ଏପରିକି ରବିବାର ଦିନ ମଧ୍ୟ କ୍ଲାସ୍ କରାଯାଉଛି।