ରାଜ୍ୟରେ କେବେ ଖୋଲିବ ସ୍କୁଲ୍ ? ସୂଚନା ଦେଲେ ମନ୍ତ୍ରୀ‌

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ସ୍କୁଲ୍‌ ଖୋଲିବା ସମ୍ଭାବନା ନେଇ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ସ୍କୁଲ୍‌ ଖୋଲିବା ନେଇ ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଡିସେମ୍ବରରେ ସ୍କୁଲ ଖୋଲି ହେବ ବୋଲି SRC କହିଥିଲେ। ହେଲେ ବର୍ତ୍ତମାନର ପରିସ୍ଥିତି ଯାହା ଡିସେମ୍ବରରେ ଖୋଲାଯିବା ସମ୍ଭବ ନୁହେଁ। ସମ୍ଭବତଃ ଜାନୁଆରୀରୁ ସ୍କୁଲ ଖୋଲିବ।

‘ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦେବୁ। ଯଦି ଜାନୁଆରୀରୁ ସ୍କୁଲ ଖୋଲେ, ତା’ହେଲେ ଛୁଟି ଦିନରେ ବି କ୍ଲାସ ହେବ। କେବଳ ପର୍ବପର୍ବାଣୀ ଛୁଟିକୁ ଛାଡ଼ି, ଅନ୍ୟ ଛୁଟିରେ କ୍ଲାସ୍‌ ହେବ’ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ପଢ଼ନ୍ତୁ:ନୂଆବର୍ଷରେ ଖୋଲିପାରେ କଲେଜ

You might also like