ବଦଳିପାରେ ସକାଳୁଆ ସ୍କୁଲ୍‌ ସମୟ

ଭୁବନେଶ୍ୱର: ସକାଳ ୭ଟାରୁ ଦିନ ୧ଟା ଯାଏ ଚାଲିଥିବା ସ୍କୁଲ ସମୟ ବଦଳିପାରେ। ଖରା ପାଇଁ ସମସ୍ୟା ହେଉଥିବାରୁ ଆଗାମୀ ଦିନରେ ସମୟ ପରିବର୍ତ୍ତନ ନେଇ ତର୍ଜମା ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସକାଳ ୭ରୁ ଦିନ ୧ଟା ଯାଏ ସ୍କୁଲ୍‌ ଆରମ୍ଭ ହୋଇଛି। ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଇଁ ପାଠପଢା ହେବ। ସେହିପରି ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ହେବ। ସ୍କୁଲ ଗୁଡିକରେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଖରା ପାଇଁ ସକାଳୁଆ ସ୍କୁଲ କରିବା ଲାଗି ଗତ ୨୭ ତାରିଖ ରାଜ୍ୟ ସରକାର ସୂଚନା ଦେଇଥିଲେ । ସୂଚନା ଓ ଲୋକ ସମ୍ପର୍କ  ଭାଗ ପକ୍ଷରୁ ଏ ନେଇ ଟ୍ୱିଟ୍‌‌ କରି ସୂଚନା ଦିଆଯାଇଥିଲା।

You might also like