• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ନରସିଂହ ପୁର  : ଟିକ୍‌ଟକ୍‌ ଯେମିତି ସମସ୍ତଙ୍କୁ ପାଗଳ କରିଛି। ଛୋଟ ଠାରୁ ବଡ଼ ସବୁ ବର୍ଗର ଲୋକେ ମାତିଛନ୍ତି ଏଥିରେ । ଏମିତି ଏକ ଭିଡ଼ିଓ ଭାଇରାଲ୍‌ ହୋଇଛି । ପୁଣି ଜଣେ ସ୍କୁଲ୍‌ ଶିକ୍ଷୟିତ୍ରୀଙ୍କର ।

ପ୍ରେମ ତୋର ଛିଟାଛିଟା…।  ଓଡ଼ିଆ ସିନେମା ଗୀତରେ ଟିକ୍‌ଟିକ୍‌ ଭିଡିଓ ସୁଟିଂ। ଟିକ୍‌ଟିକ୍‌ ମାୟାରେ ପଡ଼ିଛନ୍ତି ଶିକ୍ଷୟିତ୍ରୀ। ସ୍କୁଲ ପିଲାଙ୍କ ସହ ଶିକ୍ଷୟିତ୍ରୀଙ୍କ ଟିକ୍‌ଟକ୍ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।  କଟକ ଜିଲ୍ଲା ବଡମ୍ବା ବ୍ଲକରେ ବାଦଭୂଇଁ ୟୁପି ସ୍କୁଲର ଶିକ୍ଷୟିତ୍ରୀ ବନପ୍ରିୟା ନାୟକ ଓଡ଼ିଆ ଗୀତର ତାଳେ ତାଳେ ନାଚୁଥିବା ଦେଖିବାକୁ ମିଳିଛି।  ସ୍କୁଲ କ୍ୟାମ୍ପସରେ ଏହି ଟିକ୍‌ଟକ୍‌ ଭିଡିଓ ସୁଟିଂ ହୋଇଛି ।

ତେବେ ଏହା ତାଙ୍କର ବର୍ଷେ ପୂର୍ବରୁ ଟିକ୍‌ଟକ୍‌ ଭିଡିଓ।  ସେ ବଡମ୍ବା ବ୍ଲକ ସମିତି ଅଧ୍ୟକ୍ଷାଙ୍କ ଭଉଣୀ ବୋଲି ତାଙ୍କୁ କେହି ବଦନାମ କରିବା ପାଇଁ ଭିଡିଓ ଭାଇରାଲ କରିଥିବା କହିଛନ୍ତି ଶିକ୍ଷୟିତ୍ରୀ । କିଛି ଦିନ ମାସ ତଳେ ମାଲକାନଗିରି ମେଡ଼ିକାଲରେ ନର୍ସମାନେ ଟିକ୍‌ଟକ୍‌ ଭିଡିଓ କରିଥିବା ନଜରକୁ ଆସିଥିଲା। ରୋଗୀସେବା ଛାଡ଼ି ପୁରା ଟିକ୍‌ଟିକ୍ ପ୍ରେମରେ ବାୟା ହୋଇଯାଇଥିଲେ ୪ ଜଣ ନର୍ସ।

ଡ୍ୟୁଟି ସମୟରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକ୍‌ଟକ୍‌ ଭିଡିଓ କରିଥିବା ୪ ଜଣ ନର୍ସଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସେହିପରି କଟକ ବଡ଼ ଡାକ୍ତରଖାନାରୁ ଏଭଳି କିଛି ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ଡାକ୍ତରଖାନାର ଅସ୍ଥିଶଲ୍ୟ ବିଭାଗର ନିରାଶ୍ରୟ ରୋଗୀ ୱାର୍ଡ ଓ ଜରୁରୀକାଳୀନ ବିଭାଗରେ କାର୍ଯ୍ୟରତ କିଛି ସହାୟିକା ଟିକ୍‌ଟକ୍‌ ଭିଡିଓ କରିଥିବା ଦେଖିବାକୁ ମିଳିଥିଲା।

School-teacher-in-tiktok-video
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories