• translate
Minati Mishra

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ୱାଭାବିକ ଜୀବନଯାତ୍ରା। ବିଶେଷକରି ପିଲାଙ୍କ ପାଠପଢାରେ  ବିଶେଷ ପ୍ରଭାବ ପକାଇଛି ଏହି କରୋନା। ସ୍କୁଲ, ଟିଉସନ ସବୁ ବନ୍ଦ। ଅନ୍‌ଲାଇନ କ୍ଲାସରେ ଅନେକ ସମସ୍ୟା ରହିଛି। କେଉଁଠି ନେଟ ପାଉନି, କେଉଁଠି ଡାଟା ସରି ଯାଉଛି। ଯାହା ବି ହେଉ, ଘରୋଇ ସ୍କୁଲ ପିଲାମାନଙ୍କର ଅନ୍‌ଲାଇନ କ୍ଲାସ ଜାରି ରହିଥିବାବେଳେ ବେଶି ଅସୁବିଧାର ସମ୍ମୁଖୀନ ହେଉଥିଲେ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ। ଏଇ ପରିପ୍ରେକ୍ଷୀରେ  ଆଜିଠୁ   ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ୟୁ ଟ୍ୟୁବରେ ଶିକ୍ଷାଦାନ ଲାଗି ଯୋଜନା ପ୍ରସ୍ତୁତ ହୋଇଛି ।

କେଉଁ ଦିନ କେଉଁ ବିଷୟରେ ପାଠପଢା ହେବ ସେନେଇ ରୁଟିନ୍ ବି ପ୍ରକାଶ ପାଇଛି । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଜୁଲାଇ ୩୧ ଯାଏଁ ଚାଲିବ। ସୋମବାରରୁ ଶୁକ୍ରବାର ସକାଳ ୧୦ଟା ୪୫ରୁ ଅପରାହ୍ଣ ଗୋଟାଏ ଯାଏଁ ଦିନକୁ ୪ଟି ପିରିୟଡ୍ ହେବ। ସେହିପରି ଜୁଲାଇ ୭ ତାରିଖ ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ହେବ । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୯ଟାରୁ ୧୦ଟା ଯାଏ ଏବଂ ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯନ୍ତ ପିଲାଙ୍କ ଲାଗି ସକାଳ ୯ଟାରୁ ୧୦ଟା ୩୦ ଯାଏ ହେବ।

ୟୁଟ୍ୟୁବରେ ଯେଉଁ ବିଷୟ ପଢାଯିବ, ତାହା ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ଦେଖିବେ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ୱନ୍ଦ୍ୱକୁ ଚାଟ୍ ଓ ଭଏସ କଲ୍ ମାଧ୍ୟମରେ ଦୂର କରିବେ।

ସୂଚନା ଥାଉ କି, ରାଜ୍ୟରେ ମାତ୍ର ୪୦ ପ୍ରତିଶତ ପିଲାଙ୍କ ପାଖରେ ଇଣ୍ଟରନେଟ ସୁବିଧା ପହଞ୍ଚିପାରୁଛି। ହେଲେ ଉପାପ୍ତ ଅଞ୍ଚଳ ତଥା ଗ୍ରାମାଞ୍ଚଳରେ ରହୁଥିବା ୬୦ ପ୍ରତିଶତ ପିଲା ଏହି ସୁବିଧା ପାଇପାରୁ ନାହାନ୍ତି। ତେଣୁ ଏଥିନିମନ୍ତେ ଶିକ୍ଷକମାନେ ଭିଡିଓ କରି ସେମାନଙ୍କୁ ପାଠ ପଢ଼ାଇବେ ବ୍ୟବସ୍ଥା କରିବେ ବୋଲି ଜଣାଯାଇଛି। ଏହାପରେ ଛାତ୍ରଛାତ୍ରୀଙ୍କ ନିକଟରେ ଶିକ୍ଷକ ପହଞ୍ଚି କ୍ଲାସ କରିବାକୁ ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି।

Other Stories