ରାଜ୍ୟରେ ଦୀର୍ଘ ବର୍ଷ ହେବ ବଦଳିନି ସ୍କୁଲ ସିଲାବସ୍
ପିଲାଙ୍କୁ ନୂଅା ବିଷୟ ପଢିବାକୁ ମିଳୁନଥିବାରୁ ଶିକ୍ଷାବିତ୍ଙ୍କ ଅସନ୍ତୋଷ
ଭୁବନେଶ୍ୱର: ଦୀର୍ଘବର୍ଷ ଧରି ରାଜ୍ୟରେ ବଦଳିନି ସ୍କୁଲ ସିଲାବସ୍। ଶିକ୍ଷାବିତ୍ଙ୍କ ଅନୁସାରେ ୨୦୦୯ରେ ଶେଷ ଥର ଲାଗି ପାଠ୍ୟକ୍ରମରେ ପରିବର୍ତ୍ତନ ହୋଇଥିଲା। ସେବେଠାରୁ ପିଲା ସମାନ ବିଷୟ ପଢୁଛନ୍ତି । ଫଳରେ ନୂଅା ନୂଅା ବିଷୟ ଜାଣିବାରୁ ସେମାନେ ବଞ୍ଚିତ ହେଉଥିବା ବେଳେ ପ୍ରଶ୍ନପତ୍ର ମଧ୍ୟ ଚିରାଚରିତ ଡାଞ୍ଚାରେ ଅାସୁଛି।
ତେଣୁ ପରୀକ୍ଷାର ଗୁଣାତ୍ମକ ମାନ ମଧ୍ୟ କମିଥିବା ସେମାନଙ୍କ ଯୁକ୍ତି। ପ୍ରତି ୩ ବର୍ଷରେ ସିଲାବସ୍ରେ ପରିବର୍ତ୍ତନ କରାଗଲେ ପିଲା ଯୁଗୋପଯୋଗୀ ବିଷୟ ପଢିବା ସହ ଏହା ସେମାନଙ୍କ ଜ୍ଞାନ ବର୍ଦ୍ଧନରେ ସହାୟକ ହୁଅନ୍ତା ବୋଲି ସେମାନେ ମତ ଦେଇଛନ୍ତି।
ତେବେ ମାଧ୍ୟମିକ ଶିକ୍ଷା ପରିଷଦ ଭିନ୍ନ ମତ ଦେଇଛି । ୨୦୧୨ରେ ନବମ ଓ ୨୦୧୩ରେ ଦଶମ ସିଲାବସ୍ର ପରିବର୍ତ୍ତନ କରାଯାଇଥିବା ବୋର୍ଡ ସଭାପତି କହିଛନ୍ତି। ସେହିପରି ଅାଗକୁ ମାଟ୍ରିକ୍ ପରୀକ୍ଷା ଡାଞ୍ଚାରେ ପରିବର୍ତ୍ତନ ହେବାକୁ ଯାଉଛି। ଏହା ଅନ୍ତର୍ଗତ ୩ ସେଟ୍ ବଦଳରେ ୪ ସେଟ୍ ପ୍ରଶ୍ନପତ୍ର ଅାସିବ। ଏଥିଲାଗି ଅଧିକ ପ୍ରଶ୍ନ ଅାବଶ୍ୟକ ପଡିବ। ତାକୁ ଦୃଷ୍ଟିରେ ରଖି ସିଲାବସ୍ରେ ପରିବର୍ତ୍ତନ ଲାଗି ପ୍ରକ୍ରିୟା ଅାରମ୍ଭ ହୋଇସାରିଥିବା ବୋର୍ଡ ସଭାପତି ସୂଚନା ଦେଇଛନ୍ତି।
୨୦୦୯ ନ୍ୟାସନାଲ କରିକୁଲମ ଫ୍ରେମ୍ ଓ୍ୱର୍କ ପରିବର୍ତ୍ତନ ହୋଇଥିଲା। ତାପରଠାରୁ ଏଥିରେ ପରିବର୍ତ୍ତନ ହୋଇନାହିଁ। ସେ ଦୃଷ୍ଟିରୁ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ଓଡ଼ିଶା ସିଲାବସ୍ରେ ପରିବର୍ତ୍ତନ କରିନଥିବା କୁହାଯାଉଛି। ତେବେ ନ୍ୟାସନାଲ କରିକୁଲମରେ ପରିବର୍ତ୍ତନ ନହଲେ ମଧ୍ୟ ବିଷୟ ପରିବର୍ତ୍ତନରେ କୌଣସି ଅସୁବିଧା ନାହିଁ ବୋଲି ଶିକ୍ଷାବିତ୍ କହିଛନ୍ତି।