କୋଭିଡ୍ ଗାଇଡଲାଇନ୍‌ ଉଲ୍ଲଂଘନ କରି ସିଲ୍ ହେଲା ସ୍କୁଲ ‌

ଭୁବନେଶ୍ୱର: ସରକାରୀ ଗାଇଡଲାଇନର ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ଚିନ୍ତାମଣିଶ୍ୱରର ଏକ ସ୍କୁଲକୁ ସିଲ୍ କରାଯାଇଛି। କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ କରି ସାଇ ସରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ହେଉଥିଲା।

ଏନେଇ ଖବର ପାଇବା ପରେ ବିଏମସି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲକୁ ସିଲ୍ କରାଯାଇଛି। ଏଥିସହ ଏକ ରିପୋର୍ଟ ପ୍ରସ୍ତୁତ କରି ସ୍କୁଲ ଓ ଗଣଶିକ୍ଷା ବିଭାଗ ନିକଟକୁ ପଠାଯାଇଛି।

ପ୍ରକାଶଥାଉକି, କରୋନା ନେଇ ଡିସେମ୍ବର ୩୧ ଯାଏ ଗାଇଡଲାଇନ ରାଜ୍ୟ ସରକାର ଜାରି କରିଛନ୍ତି। ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ।

ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ ଏସ୍ଓପି କରି ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇଛି। କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ନେବ। ଇଂଜିନିୟରିଂ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ମଧ୍ୟ ବିଭାଗ ନେବ।

You might also like