ରବିବାର ବି ସ୍କୁଲରେ ଚାଲିଛି ପାଠପଢ଼ା

ଭୁବନେଶ୍ୱର: ସରକାରଙ୍କ ତାଗିଦ ପରେ ରେଜଲ୍ଟ ସୁଧାରିବାକୁ ସ୍କୁଲ୍‌ ମାନଙ୍କ ପ୍ରଚେଷ୍ଟା। ଛୁଟି ଦିନ ରବିବାରରେ ବି ପାଠପଢ଼ା ହେଉଛି।

କେନ୍ଦ୍ରାପଡ଼ା ଓ ଗଞ୍ଜାମ ଜିଲ୍ଲାର କେତେକ ସ୍କୁଲରେ ପାଠପଢ଼ା ହେଉଥିବା ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି। ପରୀକ୍ଷାରେ ଫଳାଫଳ ଠିକ୍ ହେଉନଥିବାରୁ ଶିକ୍ଷକମାନଙ୍କୁ ଉତ୍ତରଦାୟୀ କରି ସେସବୁ ସ୍କୁଲ୍‌କୁ ବିଭାଗ ପକ୍ଷରୁ ତାଗିଦ କରାଯାଇଥିଲା।

ତେଣୁ ସ୍କୁଲ୍‌ ଗୁଡ଼ିକ କିଭଳି ଭଲ ପଦର୍ଶନ କରିବେ ସନେଇ ଏହି ବ୍ୟବସ୍ଥାକୁ  ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ଏବେ କେନ୍ଦ୍ରାପଡା ଓ ଗଞ୍ଜାମ ଜିଲ୍ଲାରେ ରବିବାର ପାଠପଢା ଆରମ୍ଭ ହୋଇଥିବା ବେଳେ ଆଗକୁ ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି।

You might also like