୨୦ ଦିନରେ ପହଞ୍ଚିଲା ଅାନ୍ଦୋଳନ

ଅାସନ୍ତାକାଲି ଗୁରୁଦିବସକୁ କଳା ଦିବସ ରୂପେ ପାଳିବାକୁ ଅାହ୍ୱାନ

ଭୁବନେଶ୍ୱର :୨୦ ଦିନରେ ପହଞ୍ଚିଲା ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଅାନ୍ଦୋଳନ। ହେଲେ ଏଯାଏ କୌଣସି ସମାଧାନର ବାଟ ବାହାର କରିପାରିନାହାଁନ୍ତି ସରକାର। ପୂର୍ବ ଘୋଷଣା ଅନୁଯାୟୀ ଅାସନ୍ତାକାଲି ଗୁରୁ ଦିବସକୁ ମିଳିତ ମଞ୍ଚ ପକ୍ଷରୁ କଳା ଦିବସ ଭାବେ ପାଳନ କରାଯିବ ବୋଲି କୁହାଯାଇଛି।

ଏପଟେ ଗୁରୁ ଦିବସକୁ କଳା ଦିବସ ଭାବେ ପାଳନକୁ ଶିକ୍ଷକଙ୍କୁ ନିନ୍ଦା କରିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର । ମନ୍ତ୍ରୀ କହିଛନ୍ତି ସମାଧାନ ଲାଗି ଅାଲୋଚନା ଚାଲିଥିବାବେଳେ କଳା ଦିବସ ପାଳନ ସହ ୬ତାରିଖରୁ ସ୍କୁଲ୍ କଲେଜରେ ତାଲା ପକାଇବା ଚେତାବନୀର ଯଥାର୍ଥତା ନାହିଁ।

You might also like