ଶିକ୍ଷାନୁଷ୍ଠାନ ଖୋଲିବା ନେଇ କ’ଣ ଆସିଲା ନିଷ୍ପତ୍ତି?

ଭୁବନେଶ୍ୱର: କରୋନା ନେଇ ଡିସେମ୍ବର ୩୧ ଯାଏ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ।

ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ ଏସ୍ଓପି କରି ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇଛି। କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ନେବ। ଇଂଜିନିୟରିଂ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ମଧ୍ୟ ବିଭାଗ ନେବ।

ଡିସେମ୍ବର ୩୧ ଯାଏ କି କେଉଁ ଯାଏ ବନ୍ଦ ରହିବ, ବିଭାଗ ନିଷ୍ପତ୍ତି ନେବ। ସ୍କୁଲ, କଲେଜ ନଖୋଲୁଥିଲେ ବି ପରୀକ୍ଷା, ଖାତାଦେଖା ଚାଲୁ ରହିବ। ଅନ୍‌ଲାଇନ ଓ ଦୂରନିରନ୍ତର ଶିକ୍ଷାକୁ ଅଧିକ ପ୍ରୋତ୍ସାହନ ଦିଆଯିବ ବୋଲି ସୂଚନା ଦିଆଯାଇଛି।

ଆସିଲା କରୋନା ଗାଇଡଲାଇନ୍: କଣ ରହିଛି କଟକଣା, ଜାଣନ୍ତୁ

ସେହିପରି ଡିସେମ୍ବର ୩୧ ଯାଏ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ହିତାଧିକାରୀଙ୍କୁ ଘରେ ରାସନ ପହଞ୍ଚାଇବା କାର୍ଯ୍ୟ ଜାରି ରହିବ।

You might also like