୧୦ ବର୍ଷ ହେଲା ଚାକିରି କରୁଥିଲେ, ବିନା କାରଣରୁ ଛଟେଇ କରିଦେଲେ !

କଟକ: ସାଲେପୁର ବ୍ଲକ୍ ବାସୁଦେବପୁର ବାଟଗୋସ୍ୱାମୀ ଏମ୍.ଇ ସ୍କୁଲରେ ଦୀର୍ଘ ୧୦ ବର୍ଷ ହେଲା ପାଚିକା ଭାବେ କାମ କରିଆସୁଥିଲେ ଚାରୁଲତା ବେହେରା ନାମକ ଜଣେ ମହିଳା। କିନ୍ତୁ ୨୦୧୭ରେ କୌଣସି ଭୁଲ ନଥାଇ ମଧ୍ୟ ତାଙ୍କୁ ଚାକିରିରୁ ଛଟେଇ କରାଗଲା। ଏବେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ସ୍ଥାନରେ ଅନ୍ୟ ଜଣକୁ ନିଯୁକ୍ତି କରାଯିବାକୁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି।

ଦରମା କମ୍ ମିଳୁଥିଲେ ବି ସେଥିରେ ଚାରୁଲତାଙ୍କ ପରିବାର ଚଳୁଥିଲା।  ହେଲେ ଏବେ ଚାକିରି ଯିବା ପରେ ଦୁଇବର୍ଷ ହେବ ବହୁ ଅଭାବ ଅନଟନ ଭିତରେ ରହୁଛନ୍ତି ଚାରୁଲତା। ଏନେଇ ବାରମ୍ବାର ବ୍ଲକ ଶିକ୍ଷାଧିକାରୀଙ୍କୁ ନିଜର ଦୁଃଖ ଜଣାଇଥିଲେ ବି କେହି ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ଯଦି ୭ ଦିନ ମଧ୍ୟରେ ଚାରୁଲତାଙ୍କୁ ପୁନଃନିଯୁକ୍ତି ନଦିଆଯାଏ ତେବେ ସମଗ୍ର ବ୍ଲକରେ ପାଚିକା ସହାୟିକା ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ତେବେ ଖୁବ୍ ଶିଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ବାଲିମେଳାରେ ଡଙ୍ଗା ଓଲଟିବା ଘଟଣାରେ ୩ ମୃତଦେହ ଉଦ୍ଧାର

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଭଦ୍ରକ ପୁରୁଣା ବଜାର ଉତ୍ତେଜନା ହ୍ରାସ : IICଙ୍କୁ ବଦଳି

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା; ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ

ଓକାକ୍ ଟାୱାରରେ ହେବ ‘ମୋ ସରକାର’ ଅଫିସ୍

ଆଧାର ଧରିଲା ୧୯ ଲକ୍ଷ ବେଆଇନ ହିତାଧିକାରୀ

ଗିରଫ ହେଲେଣି ୪୨୬ ମଦୁଆ ଚାଳକ , ଆଗରେ ଗଞ୍ଜାମ

କ୍ୱାର୍ଟର୍ସ ଛାଡୁନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମ ବାଣୀ, ଘର ନଛାଡ଼ିଲେ କଟିବ ଲାଇନ, ପାଣି

ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ !

ଡାକ୍ତର ନୁହେଁ, ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ରୋଗୀ ଚିକିତ୍ସା!

କ୍ୱାର୍ଟର୍ସ ଛାଡ଼ିବା ପାଇଁ ନୋଟିସ ପଠାଇବା ଓ କେସ୍‌ କରିବା ଶୋଭନୀୟ ନୁହେଁ : ଦେବାଶିଷ ନାୟକ

ଆରଟିଓ ଅଫିସ୍‌ରେ ଦଲାଲ ରାଜ୍ : ମାନିଲେ ମନ୍ତ୍ରୀ

You might also like