ସେପ୍ଟେମ୍ବର ୫ରୁ ଜୋରଦାର ହେବ ଶିକ୍ଷକ ଅାନ୍ଦୋଳନ
ଗୁରୁଦିବସକୁ କଳା ଦିବସ ଭାବେ ପାଳିବ ମିଳିତ ମଞ୍ଚ
ଭୁବନେଶ୍ୱର : ସେପ୍ଟେମ୍ବର ୫ରୁ ଜୋରଦାର ହେବ ଶିକ୍ଷକ ଅାନ୍ଦୋଳନ। ସେପ୍ଟେମ୍ବର ୫ ଗୁରୁଦିବସକୁ କଳା ଦିବସ ଭାବେ ପାଳିବ ମିଳିତ ମଞ୍ଚ। ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଷ୍ଟିୟରିଂ କମିଟିରେ ଏହି ନିଷ୍ପତ୍ତି ହୋଇଛି।
୬ ତାରିଖରୁ ସବୁ ସ୍କୁଲ କଲେଜରେ ତାଲା ପକାଇବାକୁ ମଞ୍ଚ ନିଷ୍ପତ୍ତି ନେଇଛି। ଗତ ୧୬ ତାରିଖରୁ ଶହ ଶହ ଶିକ୍ଷକ ରାଜଧାନୀ ରାଜରାସ୍ତାରେ ଧାରଣାରେ ବସିଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ମଞ୍ଚ ଏଭଳି ନିଷ୍ପତ୍ତି ନେଇଛି।