ଜୁଲାଇ ୩୧ ଯାଏ ସ୍କୁଲ, କଲେଜ ବନ୍ଦ
ଭୁବନେଶ୍ୱର: ଜୁଲାଇ ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ। ଏ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।
ରାଜ୍ୟରେ ଜୁନ୍ ୧୭ ତାରିଖରୁ ସ୍କୁଲ୍ ନ ଖୋଲିବା ନେଇ ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ।
କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜୁନ୍ ୩୦ ଯାଏ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଇଛି। ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍ଲାଇନ୍ସ ମଧ୍ୟ ଜାରି ହୋଇଛି। ଗାଇଡ୍ଲାଇନ୍ସ ଅନୁସାରେ ଜୁଲାଇରେ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ବିଚାର କରିବା ପାଇଁ ଅନୁମତି ଦିଆଯାଇଛି। ତେଣୁ ସେହି ଅନୁସାରେ ଜୁନ୍ ୧୭ରୁ ସ୍କୁଲ ଖୋଲିବନି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।
ହେଲେ ଏବେ କରୋନା ସଂକ୍ରମଣ ସ୍ଥିତିକୁ ଦେଖିବା ପରେ ରାଜ୍ୟ ସରକାର ଜୁଲାଇ ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି।