ବର୍ଷା ଯୋଗୁ ସ୍ଥିତି ବେହାଲ୍‌: ଏହି ସବୁ ଜିଲ୍ଲାରେ ସ୍କୁଲ୍‌ ଛୁଟି

ବ୍ରହ୍ମପୁର/ଫୁଲବାଣୀ: ଲଗାଣ ବର୍ଷାରେ ବେହାଲ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା। କେଉଁଠି ପୋଲ ଭାଙ୍ଗି ଯାଇଛି ତ ଆଉ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳ ବନ୍ଦ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଯିବେନି, କିନ୍ତୁ ଶିକ୍ଷକମାନେ ଯିବେ। ସେହିପରି କନ୍ଧମାଳ ଜିଲ୍ଲାର ମଧ୍ୟ ସବୁ ସ୍କୁଲକୁ ଆଜି ବନ୍ଦ ଘୋଷଣା କରାଯାଇଛି।

ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବୁଦ୍ଧେଶ୍ୱରୀ ମନ୍ଦିର ନିକଟ ପୋଚକା ନାଳର ପୋଲ ଭାଙ୍ଗି ଯାଇଛି। ଫଳରେ ଆସିକା-ଦିଗପହଣ୍ଡି ମଧ୍ୟରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ସେହିପରି ଡେଙ୍ଗାଡି ଗାଁ ସ୍କୁଲ ଓ ରାସ୍ତାରେ ପାଣି ପ୍ରବାହିତ ହେଉଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ହିଞ୍ଜିଳି ବ୍ଲକ୍‌ ଅନ୍ତର୍ଗତ ଆଡପଡ଼ା-କଂକରଡା ମୁଖ୍ୟ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ଯୋଗୁ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି। ଆସିକା, ଧରାକୋଟ, କବିସୂର୍ଯ୍ୟନଗର, ଶେରଗଡ଼ ଆଦି ଅଞ୍ଚଳର ଚାଷ ଜମି ଜଳମଗ୍ନ ହେବା ସହ ପରିବା ଚାଷ ମଧ୍ୟ ନଷ୍ଟ ହୋଇଯାଇଛି।

ଆସିକା ସହରର ଉଭୟ ପଟେ ଥିବା ଋ଼ଷିକୂଲ୍ୟା ଓ ବଡ଼ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। କବିସୂର୍ଯ୍ୟନଗର ଧନେଇ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ଧରାକୋଟ ଶ୍ରଦ୍ଧାପୁର ଜାତୀୟ ରାଜପଥରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେହିପରି ହିଞ୍ଜିଳି, ପୋଚିଲିମା, ଶିଆଳିଆ ଆଦି ସ୍ଥାନରେ ନଦୀ ଜଳ ରାସ୍ତା ଉପରେ ପ୍ରବାହିତ ହେଉଛି। 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like