ଭୁବନେଶ୍ୱର: ଆସନ୍ତା ଏପ୍ରିଲରୁ ସ୍କୁଲ୍‌ରେ ଆଉ ରବିବାର କ୍ଲାସ୍‌ ହେବନି। ଏପ୍ରିଲରୁ ରିଭିଜନ କ୍ଲାସ୍‌ ଚାଲିବ, ହେଲେ ରବିବାର କ୍ଲାସ୍‌ ହେବନି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ମନ୍ତ୍ରୀ ସମୀର ଦାଶ କହିଛନ୍ତି, କୋର୍ସ ଶେଷ ହୋଇ ଆସିଲାଣି। ତେଣୁ ରେଗୁଲାର କ୍ଲାସ୍‌ର ଆବଶ୍ୟକ ନାହିଁ। ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲ୍‌ରେ ଧୀରେ ଧୀରେ କମିବାକୁ ଲାଗିଲାଣି। ଏବେ ସେଲ୍ଫ ଷ୍ଟଡି ଉପରେ ପିଲାମାନେ ଗୁରୁତ୍ୱ ଦେଉଛନ୍ତି।

https://youtu.be/9iQeF5e6m2o

ସୂଚନାଥାଉ କି, କିଛିଦିନ ତଳେ ସକାଳୁଆ ସ୍କୁଲ୍‌ ସମୟ ବଦଳିଥିଲାନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ କ୍ଲାସ୍‌ ହେବାନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ଗଣଶିକ୍ଷା ବିଭାଗ ସୂଚନା ଦେଇଥିଲା। ପୂର୍ବରୁ ସକାଳ ୭ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସ୍କୁଲ ନିଷ୍ପତ୍ତି ହୋଇଥିଲା। ସକାଳ ୭ଟାରୁ ଦିନ ୧ଟା ଯାଏ ଚାଲିଥିବା ସ୍କୁଲ ସମୟ ବଦଳିବା ନେଇ ମଧ୍ୟ ପୂର୍ବରୁ ଚର୍ଚ୍ଚା ହେଉଥିଲା।

Other Stories