ଏବେ ସ୍କୁଲ ବନ୍ଦ ହେବ ନାହିଁ: ଗଣଶିକ୍ଷା ମନ୍ତ୍ରୀ
ସ୍କୁଲ ବନ୍ଦ ହେବ ନାହିଁ
- ସ୍କୁଲ ବନ୍ଦ ହେବନି- ମନ୍ତ୍ରୀ
- ନବମ ଏବଂ ଏକାଦଶ ପାଇଁ ବନ୍ଦ ହେବ ନାହିଁ ସ୍କୁଲ
- ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇନି
- ଯାହା ହୋଇଛି, ଘରୋଇ ଶିକ୍ଷାନୁଷ୍ଠାନରେ ହୋଇଛି ବୋଲି କହିଲେ ମନ୍ତ୍ରୀ
- ତେଣୁ ନବମ ଏବଂ ଏକାଦଶ ପାଇଁ ସ୍କୁଲ ବନ୍ଦ ହେବ ନାହିଁ
- ଆସନ୍ତା ୩୦ ତାରିଖରେ ସେମାନଙ୍କର ଅଭ୍ୟାସ ପରୀକ୍ଷା ଅଛି
- ରାଜ୍ୟ ସରକାର ସମସ୍ତ ଏସ୍ଓପି ମାନି କ୍ଲାସ ଚଳାଇଛନ୍ତି
ଭୁବନେଶ୍ୱର: ସ୍କୁଲ ବନ୍ଦକୁ ନେଇ ବଡ ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। କହିଲେ, ନବମ ଏବଂ ଏକାଦଶ ଶ୍ରେଣୀ ପାଇଁ ବନ୍ଦ ହେବ ନାହିଁ ସ୍କୁଲ। ବର୍ତ୍ତମାନ ସୁଦ୍ଧା ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇନାହିଁ। ଯାହା ହୋଇଛି, ଘରୋଇ ଶିକ୍ଷାନୁଷ୍ଠାନରେ ହୋଇଛି ବୋଲି କହିଲେ ମନ୍ତ୍ରୀ। ଯେହେତୁ ସରକାରୀ ସ୍କୁଲରେ କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ତେଣୁ ନବମ ଏବଂ ଏକାଦଶ ପାଇଁ ସ୍କୁଲ ବନ୍ଦ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।
କେବଳ ଏତିକି ନୁହେଁ ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ୩୦ ତାରିଖରେ ସେମାନଙ୍କର ଅଭ୍ୟାସ ପରୀକ୍ଷା ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ରାଜ୍ୟ ସରକାର ସମସ୍ତ ଏସ୍ଓପି ମାନି କ୍ଲାସ ଚଳାଉଛନ୍ତି। ତେଣୁ ସ୍କୁଲ ବନ୍ଦ ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ।
ଭୁବନେଶ୍ୱର: ନବମ ଏବଂ ଏକାଦଶ ପାଇଁ ସ୍କୁଲ ବନ୍ଦ ହେବ ନାହିଁ ବୋଲି କହିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇନି, ଯାହା ହୋଇଛି, ଘରୋଇ ଶିକ୍ଷାନୁଷ୍ଠାନରେ। ଆସନ୍ତା ୩୦ ତାରିଖରେ ସେମାନଙ୍କର ଅଭ୍ୟାସ ପରୀକ୍ଷା ଅଛି। ତେଣୁ ସ୍କୁଲ ବନ୍ଦ ହେବନି। #Odisha pic.twitter.com/SanZ2F6nCB
— ଓଟିଭି (@otvkhabar) March 29, 2021
ବିନା ଚାପରେ ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହୁଅନ୍ତୁ, ସଫଳତା ନିଶ୍ଚିତ ପାଇବେ। କରୋନା ଘରୋଇ ଶିକ୍ଷାନୁଷ୍ଠାନରେ ବାହାରିଛି ତେଣୁ ସରକାର ସ୍କୁଲ ବନ୍ଦ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। SOP କୁ ଯେଉଁମାନେ ନମାନିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ: ସମୀର ଦାଶ#Odisha #OTV #Corona #SamirRanjanDas pic.twitter.com/txhiniqbKg
— ଓଟିଭି (@otvkhabar) March 29, 2021
ତେବେ ପୂର୍ବରୁ ମଧ୍ୟ ଅନେକ ଘରୋଇ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ଛାତ୍ରଛାତ୍ରୀ ଚିହ୍ନଟ ହୋଇଛନ୍ତି। ତେଣୁ କରୋନା ଚେନକୁ ରୋକିବାକୁ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ସିଲ୍ ମଧ୍ୟ କରାଯାଇଛି। କରୋନା ଯେମିତି ନବ୍ୟାପେ ସେନେଇ ସରକାର ଅନେକ ପଦକ୍ଷେପ ମଧ୍ୟ ନେଉଛନ୍ତି।
#ବନ୍ଦ_ହେବନି_ସ୍କୁଲ୍ : #ମନ୍ତ୍ରୀ
ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ବନ୍ଦ ହେବନି ସ୍କୁଲ୍ । ସୂଚନା ଦେଲେ ସ୍କୁଲ୍ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ #CoronaVirus #COVID19 #ODISHA #OTV pic.twitter.com/EIUY4OV6gU— ଓଟିଭି (@otvkhabar) March 29, 2021