ଗଣଶିକ୍ଷା ମନ୍ତ୍ରୀଙ୍କ ଅଚନାକ ସ୍କୁଲ ପରିଦର୍ଶନ

ଭୁବନେଶ୍ୱର: ଅଚନାକ ସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଭୁବନେଶ୍ୱର ୟୁନିଟ ୬ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସିଟି ସ୍କୁଲକୁ ଅନାଚକ ପରିଦର୍ଶନ କରିଛନ୍ତି ମନ୍ତ୍ରୀ। ସିଧା ଶ୍ରେଣୀଗୃହକୁ ଯାଇ ପାଠ ପଢ଼ା ସଂପର୍କରେ ଛାତ୍ରୀଙ୍କୁ ପଚାରି ବୁଝିଛନ୍ତି।

ସ୍କୁଲରେ ସବୁ ଠିକ୍‌ଠାକ୍ ଅଛି କି ନାହିଁ, କେଉଁ ସମସ୍ୟା ଅଛି କି, ଆହୁରି କଣ ଦରକାର, ସେ ସଂପର୍କରେ ମଧ୍ୟ ଛାତ୍ରୀଙ୍କୁ ସେ ପଚାରି ବୁଝିଛନ୍ତି। ମଧ୍ୟାହ୍ନ ଭୋଜନ ମଧ୍ୟ ଠିକରେ ଚାଲିଛି କି ନାହିଁ, ତାହା ଦେଖିଛନ୍ତି ସମୀର ଦାଶ। ସ୍କୁଲରେ ପିଲାଙ୍କ ଉପସ୍ଥାନ କମ୍ ଦେଖି ଏଥିପ୍ରତି ଗୁରୁତ୍ୱ ଦେବାକୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

You might also like