ଶ୍ରୀଜଗନ୍ନାଥ ସେନାର ଅାବେଦନ ଖାରଜ

ରିଟ୍ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ପୁରୀ : ସୁପ୍ରିମ୍‌କୋର୍ଟରେ ଶ୍ରୀଜଗନ୍ନାଥ ସେନାର ଅାବେଦନ ଖାରଜ। ଜୋତା ପିନ୍ଧି ଓ ଅସ୍ତ୍ରଶସ୍ତ୍ର ଧରି ଶ୍ରୀମନ୍ଦିର ଭିତରେ ପ୍ରବେଶ ଅଭିଯୋଗର ସିବିଅାଇ ତଦନ୍ତ କରିବାକୁ ଦାବି କରି ରିଟ୍ ପିଟିସନ ଦାଖଲ କରିଥିଲା ଶ୍ରୀଜଗନ୍ନାଥ ସେନା।

ଅକ୍ଟୋବର ୩ ତାରିଖରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀ ବନ୍ଦ ଡାକରା ଦେଇଥିଲା। ସେହି ସମୟରେ ପ୍ରବଳ ହିଂସାକାଣ୍ଡ ହୋଇଥିଲା। ଏହି ଗଣ୍ଡଗୋଳ ସମୟରେ ପୁଲିସ ଜୋତା ପିନ୍ଧି ଓ ଅସ୍ତ୍ରଶସ୍ତ୍ର ନେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା।

ଏହାର ସିବିଅାଇ ତଦନ୍ତ ଦାବି କରି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଶ୍ରୀଜଗନ୍ନାଥ ସେନା। ଏହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ।

You might also like