ଅାଜି ହେବନି ଶ୍ରୀମନ୍ଦିର ଶୁଣାଣି

ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲା

ଭୁବନେଶ୍ୱର : ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ଶୁଣାଣି ଅାଜି ସୁପ୍ରିମ୍‌କୋର୍ଟରେ ହେବନି। ଅାଜି ହେବାକୁ ଥିବା ଶୁଣାଣି ଘୁଞ୍ଚି ଯାଇଛି। ସୁପ୍ରିମ୍‌କୋର୍ଟଙ୍କୁ ଅାଉ ୪ ସପ୍ତାହ ସମୟ ମାଗିଛନ୍ତି ଅାମିକ୍‌ସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍।

 

ଶ୍ରୀମନ୍ଦିର ଯାଞ୍ଚ କରି ରିପୋର୍ଟ ପରେ ପରବର୍ତ୍ତୀ ଶୁଣାଣି ହେବ। ଏ ସମ୍ପର୍କରେ ଅାବେଦନକାରୀ ପକ୍ଷ ଓକିଲ ଶୁଭ୍ରାଂଶୁ ପାଢୀ ସୂଚନା ଦେଇଛନ୍ତି। ପୂର୍ବରୁ ଜୁନ୍ ୮ ଓ ଜୁଲାଇ ୫ରେ ଦୁଇଥର ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ୧୨ଟି ଅାଦେଶ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ୧୨ଟି ମଧ୍ୟରୁ ୯ଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଅାଯାଇଛି । କିନ୍ତୁ ଅନୁଦାନ ଅାଟିକା, ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଓ ଜଗନ୍ନାଥ ମନ୍ଦିର ଅାଇନ ସଂଶୋଧନ ଉପରେ କୌଣସି ନିଷ୍ପତ୍ତି ନିଅାଯାଇପାରିନାହିଁ।

You might also like