ଗଜପତି: ଗଜପତିରେ ବଂଶଧାରା ଟ୍ରିବ୍ୟୁନାଲ ଟିମ୍। ବଂଶଧାରା ନଦୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଟ୍ରିବ୍ୟୁନାଲର ୩ ଜଣିଆ ପ୍ରତିନିଧି ଗଜପତି ଓ ରାୟଗଡ଼ା ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି ଦେଖୁଛନ୍ତି।
ଟିମ୍ ପ୍ରଥମେ କାଶୀପୁର ବ୍ଲକ୍ର ସବୁ ଗାଁରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ମୁକୁନ୍ଦକମ ଶର୍ମାଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଏହି ଅଞ୍ଚଳ ବୁଲି ଦେଖୁଛନ୍ତି। ଗତକାଲି ଏହି ଟିମ୍ ଆନ୍ଧ୍ରର କାଟ୍ରାଗଡ଼ା ଫେଜ୍ ୨ ପ୍ରକଳ୍ପ ନିର୍ମାଣ ସ୍ଥଳ ବୁଲି ଦେଖିଥିଲେ।
ଟିମ୍ ସହ ଓଡ଼ିଶା ଜଳସମ୍ପଦ ବିଭାଗ ଓ ଆନ୍ଧ୍ରପ୍ରଦେଶ ଜଳସମ୍ପଦ ବିଭାଗର ପ୍ରମୁଖ ଅଧିକାରୀଙ୍କ ସହ ଦୁଇ ରାଜ୍ୟର ଓକିଲମାନେ ମଧ୍ୟ ସାମିଲ ହୋଇଥିଲେ।