ଦୁର୍ଗାପୂଜା ପୂର୍ବରୁ ଗ୍ରାହକଙ୍କୁ ଏସ୍‌ବିଆଇର ଭେଟି

ନୂଆଦିଲ୍ଲୀ: ଦୁର୍ଗାପୂଜା ପୂର୍ବରୁ ଗ୍ରାହକଙ୍କୁ ଭେଟି ଦେଇଛି ଏସ୍‌ବିଆଇ (ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ)। ନିଜ ସର୍ବନିମ୍ନ ସୁଧହାର ବା MCLRକୁ ୧୦ ବେସିସ୍ ପଏଣ୍ଟ ହ୍ରାସ କରିଛି ଏସ୍‌ବିଆଇ।

ରିଜର୍ଭ ବ୍ୟାଙ୍କ କ୍ରମାଗତ ଭାବେ ରେପୋ ରେଟ୍ କୁ ହ୍ରାସ କରିବା ପରେ ଗ୍ରାହକଙ୍କୁ ଏହାର ଫାଇଦା ଦେବା ପାଇଁ ଷ୍ଟେଟ୍ ବ୍ୟାଙ୍କ ନିଜ ସର୍ବନିମ୍ନ ଋଣହାରକୁ ଆହୁରି  ହ୍ରାସ କରିଛି। ଫଳରେ ଗୃହ ଋଣ ଉପରେ ଋଣହାର ହ୍ରାସ ପାଇବ।

ପୂର୍ବରୁ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ହ୍ରାସ କରିଥିଲେ ମଧ୍ୟ ବ୍ୟାଙ୍କଗୁଡ଼ିକ ନିଜ ସୁଧହାର ହାର ତୁରନ୍ତ ହ୍ରାସ କରୁନଥିଲେ। ତେବେ ଗ୍ରାହକଙ୍କୁ ଏହାର ଫାଇଦା ଦେବା ଲାଗି ରିଜର୍ଭ ବ୍ୟାଙ୍କ୍ ୨୦୧୬ରେ ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡସ ବେସ୍‌ଡ ଲେଣ୍ଡିଂ ରେଟ୍ ବା MCLR  ବ୍ୟବସ୍ଥା କରିଥିଲେ।  ଏହା ଅନ୍ତର୍ଗତ ଷ୍ଟେଟ୍ ବ୍ୟାଙ୍କ ନିଜ MCLR ହ୍ରାସ କରିଛି।

ସେପଟେ ଟର୍ମ ଡିପୋଜିଟ ଉପରେ ମଧ୍ୟ ସୁଧ ହାର ୨୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି। ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ପରେ ଅନ୍ୟ ବ୍ୟାଙ୍କଗୁଡ଼ିକ ମଧ୍ୟ ସମାନ ପଦକ୍ଷେପ ନେବା ଆଶା କରାଯାଉଛି।

 

ଆହୁରି ପଢ଼ନ୍ତୁ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

You might also like